ଭାରତରେ ମାନ୍ୟ ନୁହେଁ୧୦ଜୁନ୍ ସୂର୍ଯ୍ୟପରାଗ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୮।୬: ବୁଧବାର ଜୁନ୍ ୧୦ ତାରିଖ ଦିନ ଅନ୍ତରୀକ୍ଷରେ ୨୦୨୧ ମସିହାର ପ୍ରଥମ ସୂର୍ଯ୍ୟପରାଗ ସଙ୍ଗଠିତ ହେବ। ଭାରତୀୟ ଧାର୍ମିକ ମାନ୍ୟତା ଅନୁସାରେ ପରାଗ କାଳରେ ସମସ୍ତ ଧାର୍ମିକ କାର୍ଯ୍ୟ ଓ ପୂଜାବିଧି ନିଷିଦ୍ଧ ରହିବା କଥା। ଏପରିକି ପରାଗ କାଳରେ ମନ୍ଦିରରେ ଠାକୁରଙ୍କ ପହଡ ମଧ୍ୟ ଖୋଲେନି। ହେଲେ ଏହି ସୂର୍ଯ୍ୟପରାଗ ଏଥର ଭାରତରେ ପାଳନୀୟ ନୁହେଁ। ଏହା କହିଛନ୍ତି ବିଶିଷ୍ଟ ଜ୍ୟୋତିଷାଚାର୍ଜ୍ୟ ଡ. ତ୍ରିଲୋକୀ ନାଥ। ତାଙ୍କ ଅନୁସାରେ ଭାରତରେ ଏହା ଆଂଶିକ ପରାଗ ଯାହାର କୌଣସି ପ୍ରଭାବ ନାହିଁ।

{"id":463178,"width":839,"height":839,"sizeSlug":"large","linkDestination":"none"}

ଏଣୁ ଆଗାମୀ ସୂର୍ଯ୍ୟ ପରାଗର ସୂତକ କାଳ ଭାରତରେ ପାଳନୀୟ ନୁହେଁ। ତେବେ ଏହି ପରାଗ ଆଣ୍ଟାର୍କଟିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର କ୍ଷେତ୍ର ଓ ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦୃଶ୍ୟମାନ ହେବ। ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପୂର୍ବରୁ ଏକ ନିଶ୍ଚିତ ସମୟ ପର୍ଯ୍ୟନ୍ତ ସୂତକ କାଳ ଧାର୍ଯ୍ୟ ହୋଇଥାଏ। ସୂର୍ଯ୍ୟପରାଗ ପୂର୍ବ ୪ ପ୍ରହର ସୂତକ କାଳ ଭାବେ ପାଳନୀୟ ହୁଏ। ସେହିପରି ଚନ୍ଦ୍ରଗ୍ରହଣ କାଳରେ ଗ୍ରହଣର ପୂର୍ବ ୩ ପ୍ରହରରୁ ସୂତକ ଲାଗୁ ହୁଏ।

{"id":463179,"sizeSlug":"large","linkDestination":"none"}

ଜ୍ୟୋତିଷିୟ ଗଣନା ଅନୁସାରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ୮ ପ୍ରହର ହୋଇଥାଏ। ଏଣୁ ସୂର୍ଯ୍ୟପରାଗରେ ୧୨ ଘଣ୍ଟା ପୂର୍ବରୁ ସୂତକ ପାଳନହୁଏ। ଚନ୍ଦ୍ରଗ୍ରହଣ ଲାଗି ୯ ଘଣ୍ଟା ପୂର୍ବରୁ ସୂତକ ଧରାଯାଏ। ତେବେ ଏଥର ପରାଗର ଭାରତ ଉପରେ କୌଣସି ପ୍ରଭାବ ନଥିବାରୁ ସୂତକ ପାଳନୀୟ ନୁହେଁ। ଏଣୁ ଦେବନୀତି ନିୟମିତ ପୂଜା ପ୍ରାର୍ଥନା ସ୍ୱଭାବିକ ହେବ ବୋଲି ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.