ଦ୍ୱାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀ ହେଲେ ଗଣଦୁଷ୍କର୍ମର ଶିକାର

Published By : Prameya-News7 Bureau | September 14, 2018 IST

ମହେନ୍ଦ୍ରଗଡ ୧୪/୯ : ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି | ଘଟଣାଟି ଘଟିଛି ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ | ଗତକାଲି ଛାତ୍ରୀ ଜଣକ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ୩ ଜଣ ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ | ସେ ଅଂଚଳରେ ରହୁଥିବା କେହି ଜଣେ ଲୋକଙ୍କ ଘର କୋଉଠି ବୋଲି ଜାଣିବାକୁ ଚାହିଁଥିଲେ | ୟା' ଭିତରେ ଛାତ୍ରୀଙ୍କୁ ପାଣି ପିଇବାକୁ ଦେଇଥିଲେ | ଛାତ୍ରୀ ତୃଷାର୍ତ୍ତ ଥିବାରୁ ପାଣି ପିଇଥିଲେ | ତେବେ ପରା ମୁହୂର୍ତ୍ତରେ ସେ ସଂଜ୍ଞାହୀନ ହୋଇପଡିଥିଲେ | ୩ଜଣ ଯୁବକ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ | ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ସେଇଠି ହିଁ ଛାଡି ଚାଲିଯାଇଥିଲେ | ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ସବୁ ଘଟଣା ଜଣାଇବା ପରେ ପୋଲିସରେ ଅଭିଯୋଗ କରିଥିଲେ ପରିବାରଲୋକେ | ପୋଲିସ ଛାତ୍ରୀଙ୍କ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.