Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମାଟ୍ରିକ୍ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୧୦ମ ଶ୍ରେଣୀ ଛାତ୍ର, ଜଣାଇଲେ ଧନ୍ୟବାଦ

22/04/2021 at 12:41 PM

ଭୁବନେଶ୍ବର ୨୨।୪: ମାଟ୍ରିକ୍ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୧୦ମ ଶ୍ରେଣୀ ଛାତ୍ର । କରୋନା ସମୟରେ ଏଭଳି ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଛାତ୍ରମାନେ ଧନ୍ୟବାଦ ଜଣାଇଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟି ଫୁଲତୋଡା ଦେଇ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଛାତ୍ରମାନେ ଧନ୍ୟବାଦ ଜଣାଇଛନ୍ତି ।

ସିବିଏସଇ ମାଟ୍ରିକ୍ ପରୀକ୍ଷା ବାତିଲ କରିବା ପରେ ଗତ ବୁଧବାର ଭୁବନେଶ୍ବର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ।  ସଂକ୍ରମଣ ବଢୁଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରମାନେ ଦାବି କରିଥିଲେ।  ଏହାପରେ ମାଟ୍ରିକ୍ ଏବଂ ମଦ୍ରସା ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ ସରାକର ।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।  କୋଭିଡ୍ ମହାମାରୀ ଅତ୍ୟଧିକ ସଂକ୍ରମଣ ବୃଦ୍ଧି ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ । ଏପଟେ ଛାତ୍ରଛାତ୍ରୀ ଓ ଅବିଭାବକ  ଦ୍ବନ୍ଦ ଦୂର ହୋଇଥିବା ବେଳେ ଶିକ୍ଷାବିତ୍ ଏବଂ ଶିକ୍ଷକ ସଂଘ କିନ୍ତୁ ତଥାପି ଦ୍ବନ୍ଦ୍ବରେ ରହିଛନ୍ତି।  ମାର୍କିଂ କେମିତି କରାଯିବ ସେନେଇ ପ୍ରଶ୍ନ ଅସମାହିତ ହୋଇ ରହିଛି।

   Related Posts