ସମୁଦ୍ରରେ ବୁଡି ଯାଉଥିବା ସାଙ୍ଗକୁ କେମିତି ଉଦ୍ଧାର କରୁଛନ୍ତି ସାଙ୍ଗ ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | October 12, 2019 IST

ପଟ୍ଟାମୁଣ୍ଡାଇ ୧।୧୦: ସମୁଦ୍ରରେ ବୁଡି ଯାଉଥିବା ସାଙ୍ଗକୁ ଉଦ୍ଧାର କଲେ ସାଙ୍ଗ । କେନ୍ଦ୍ରାପଡା ରାଜନଗର ବ୍ଲକ୍ ପେଣ୍ଠ ନିକଟରେ ବଙ୍ଗୋପସାଗରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ନିକଟରେ ଗାଧୋଉଥିବା ତାଙ୍କର ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି।

ସୂଚନାଯୋଗ୍ୟ ଯେ, ରାଜନଗର ସ୍ଥିତ ଉଚ୍ଚ ବିଦ୍ୟାଳୟର କେତେଜଣ ୧୦ମ ଶ୍ରେଣୀ ଛାତ୍ର ପେଣ୍ଠ ସମୁଦ୍ର କୂଳକୁ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ପୃଥ୍ବୀରାଜ ବେହେରା ଓ ଜ୍ଞାନରଂଜନ ଦାସ ସମୁଦ୍ରରେ ଗାଧୋଉଥିଲେ । ସେମାନେ ଗାଧୋଇବା ବେଳେ ଅନ୍ୟମାନେ ଉପରେ ରହି ଭିଡିଓ ସୁଟିଂ କରୁଥିଲେ। ଏହି ସମୟରେ ଅଧିକ ଉଚ୍ଚ ଜୁଆର ଆସିବାରୁ ସେଥିରେ ପୃଥ୍ବୀରାଜ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ବୁଡ଼ି ଯାଉଥିବା ପୃଥ୍ବୀରାଜଙ୍କ ଚିତ୍କାର ଶୁଣି କିଛି ଦୂରରେ ଗାଧୋଉଥିବା ଜ୍ଞାନରଂଜନ ନିଜ ଜୀବନକୁ ଭୟ ନ କରି ପହଁରିକି ତାଙ୍କ ପାଖକୁ ଯାଇ ଟାଣିଟାଣି କୂଳକୁ ଆଣିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଜ୍ଞାନରଂଜନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।

wp:core-embed/youtube {"url":"https://www.youtube.com/watch?v=SYXGjAJAHx0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=SYXGjAJAHx0
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.