କୋଚିଂ କ୍ଲାସ୍ ଯାଉଥିବା ୧୦ ଶ୍ରେଣୀ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଲେ, ବନ୍ଧୁକ ମୁନରେ ୫ ଜଣ ମିଶି କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | January 07, 2021 IST

ପାଟଣା ୦୭/୦୧ : ବିହାରର ମୁଜାଫରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଦିନ ଦ୍ବିପ୍ରହରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ଘଟଣା ପରେ ପୀଡିତାଜଣକ କୌଣସିମତେ ଖସିଆସି ଘରେ ପହଞ୍ଚି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ପରିବାର ଲୋକେ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଛନ୍ତି ।

ଏହି ଘଟଣାରେ ପ୍ରାୟ ୫ ଜଣ ନରପିଶାଚ ସାମିଲ ଥିବା ପୀଡିତାଜଣକ ପୋଲିସକୁ କହିଛନ୍ତି । ଏହି ଘଟରା ଗତ ଜାନୁୟାରୀ ୪ ତାରିଖରେ ଘଟିଥିଲା । ସେହି ଦିନ ସନ୍ଧ୍ୟାବେଳେ ଛାତ୍ରୀଜଣକ ସାଇକେଲରେ କୋଚିଂ କ୍ଲାସ ଯାଉଥିଲେ । ରାସ୍ତାରେ ଗୋଟିଏ ​‌ବୋଲେରୋ ତାଙ୍କ ସାଇକେଲକୁ ଧକ୍କା ଦେବା ପରେ ଛାତ୍ରୀଜଣକ ପଡିଯାଇଥିଲେ । ସେମାନଙ୍କ ସହ ଗୋଟିଏ ବାଇକରେ ଦୁଇଜଣ ଯୁବକ ଯାଉଥିବା ମଧ୍ୟ ପୋଲିସକୁ ସୂଚନା ଦେଇଛନ୍ତି ପୀଡିତା ।

ତେବେ ବାଇକରେ ଆସିଥିବା ଯୁବକ ଛାତ୍ରୀଙ୍କୁ ଉକ୍ତ ବୋଲେରୋରେ ଜବରଦସ୍ତ ପୁରାଇ ଦେଇଥିଲେ । ଛାତ୍ରୀଜଣକ ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ । ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ମୁଜାବଲପୁର ନେଇଯାଇଥିଲେ । ସେଠାରେ ଏକ ବନ୍ଦ ପେଟ୍ରୋଲ ପମ୍ପ ଘରେ ଛାତ୍ରୀଙ୍କ ସହ ୫ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ ।

ସେଠାରୁ କୌଶଳ କ୍ରମେ ଖସିଆସିବା ପରେ ପୀଡିତା ଛାତ୍ରୀଜଣକ ପରିବାର ଲୋକଙ୍କୁ ଘଟଣା ବିଷୟରେ କହିଥିଲେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମହମ୍ମଦ ଇଜହାର, ଆଦିତ୍ୟ ଝା ଏବଂ ଅନ୍ୟ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ମହିଳା ଥାନା ବୋଲିସ ପକ୍ସୋ କୋର୍ଟ ଆଧାରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.