Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କୃଷକ କଲ୍ୟାଣ ଯୋଜନାରେ ମିଳିଥିବା ମୋବାଇଲ ବିସ୍ଫୋରଣ : ଦଶମ ଶ୍ରେଣୀ ଛାତ୍ର ଆହତ

18/11/2019 at 10:12 PM

ମହାକାଳପଡା୧୮|୧୧: ମୋବାଇଲ ବିସ୍ପୋରଣ ଘଟି ଜଣେ ଦଶମ ଶ୍ରେଣୀର ଛାତ୍ର ଆହତ ହୋଇଛନ୍ତି । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଜମ୍ବୁ ଗାଁରେ ।  କୃଷକମାନଙ୍କୁ ମାଗଣାରେ ରାଜ୍ୟ ସରକାରଙ୍କ ମୋବାଇଲ ପ୍ରଦାନ କରିଥିଲେ । ଏହି ମୋବାଇଲ ବିସ୍ଫୋରଣ ହୋଇ ଛାତ୍ର ଆହତ ହୋଇଛନ୍ତି ।

 ଜମ୍ବୁ ଗାଁର ନିତାଇ ମଣ୍ଡଳଙ୍କୁ କୃଷକ କଲ୍ୟାଣ ଯୋଜନାରେ  ମୋବାଇଲଟିଏ ମିଳିଥିଲା । ଗତକାଲି ରାତିରେ ମୋବାଇଲି ଚାର୍ଜ କରି ଗୀତ ଶୁଣିଥିଲେ  ତାଙ୍କ ପୁଅ ଅବିନାଶ ମଣ୍ଡଳ । ତେବେ ଆଜି ସଂଧ୍ୟାରେ ଏହି ମୋବାଇଲର ଚାର୍ଜ ସରିଯିବାରୁ ଅବିନାଶ ବ୍ୟାଟେରୀଟି ଖୋଲିଥିଲେ ।

ଏତିକିବେଳେ ବ୍ୟାଟେରୀରେ ହଠାତ ସ୍ପାର୍କିଙ୍ଗ ହୋଇଥିଲା । ଭୟରେ ଅବିନାଶ ମୋବାଇଲ ଓ ବ୍ୟାଟେରୀକୁ ଛାଡି ଦେବାରୁ ମୋବାଇଲଟି ତଳେ ପଡି ପ୍ରଚଣ୍ଡ ଶବ୍ଦ ସହ ବିସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣ ଫଳରେ ଅବିନାଶଙ୍କ ଛାତିରେ ଆଘାତ ଲାଗିଥିଲା।

ବିସ୍ଫୋରଣ ବେଳେ ଭୟଙ୍କର ଶବ୍ଦ ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଘର ଭିତର ଧୁଆଁ ହୋଇ ଯାଇଥିଲା ।  ଘର ବାହାରକୁ ପରିବାର ଲୋକେ ଭୟରେ ଚାଲିଯାଇଥିଲେ  । ଆହତ ଅବିନାଶଙ୍କୁ ଗାଁରେ ଚିକିତ୍ସା ପରେ ଆସନ୍ତା କାଲି କଟକ ସ୍ଥାନାନ୍ତର କରିବେ ବୋଲି ବୋଲି କହିଛନ୍ତି ତାଙ୍କ ବାପା ।

କିଛି ଦିନ ତଳେ ପାରଦ୍ବୀପ ଠାରେ ମୋବାଇଲି ଫାଟି ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଜମ୍ବୁରେ ହୋଇଥିବା ଏହି ବିସ୍ଫୋରଣରେ ଅଳ୍ପକେ ବର୍ତିଯାଇଛନ୍ତି ଦଶମ ଶ୍ରେଣୀର ଛାତ୍ର ।

   Related Posts