Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ସ୍କୁଲରୁ ଫେରିବା ବେଳେ ଛାତ୍ରୀଙ୍କୁ ଆଖୁ କିଆରୀକୁ ଟେକିନେଇ ଗଣଦୁଷ୍କର୍ମ, ବିରୋଧ କରିବାରୁ କାଟିଦେଲେ ହାତ

24/02/2021 at 12:10 PM

କୋତବାଲି ୨୪।୨: ଉତ୍ତରପ୍ରଦେଶ ଗୋଣ୍ଡା ମନକାପୁର କୋତବାଲି ଅଞ୍ଚଳରେ ହାଇସ୍କୁଲ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ଦୁଷ୍କର୍ମକାରୀ ତାଙ୍କ ହାତକୁ ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ଛାତ୍ରୀ ଜଣଙ୍କ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତିରେ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣଙ୍କ ସାଇକେଲରେ ଘରକୁ ଫେରୁଥିଲେ । ଛାତ୍ରୀଙ୍କୁ ୪ ଜଣ ଅଭିଯୁକ୍ତ ରାସ୍ତାରେ ଅଟକାଇଦେଇଥିଲେ । ସାଇକେଲ ରୋକିବା ପରେ ଛାତ୍ରୀଙ୍କୁ ଜୋରଜବରଦସ୍ତ ନିକଟରେ ଥିବା ଆଖୁ କିଆରୀକୁ ଟେକିନେଇଥିଲେ । ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ହାତକୁ ଛୁରୀରେ କାଟିଦେଇଥିଲେ । ସେଠାରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଘଟଣା ସଂପର୍କରେ ଘରଲୋକ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ ଘରକୁ ଫେରିଯାଇଥିଲେ । ପରିବାରଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ତାଙ୍କୁ ପଚାରିଥିଲେ । ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ଘରଲୋକ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଥାନାରେ ମାମଲା ରୁଜୁ କରିଥିଲେ । ସମସ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ସହ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

   Related Posts