Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଆଇ ହେଟ ନରେଶ ସାର୍….ପ୍ରୋପୋଜ ଡ଼େ ରେ ସୁସାଇଡ଼ ନୋଟ ଲେଖି ଆତ୍ମହତ୍ୟା କଲା ଦଶମ ଶ୍ରେଣୀ ଛାତ୍ରୀ

8/02/2019 at 5:58 PM

ଜଳନ୍ଧର ୮/୨- ପଂଜାବ ଜଳନ୍ଧରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ କରିଛି ଆତ୍ମହତ୍ୟା । ସୁସାଇଡ଼ ନୋଟରେ ମ୍ୟାଥ ଟିଚରଙ୍କ ନାଁରେ ଛାତ୍ରୀ ଲେଖିଛି ଏପରି କିଛି କଥା । ଯାହାକୁ ଭିତ୍ତି କରି ପୋଲିସ ଗିରଫ କରିଛି  ମ୍ୟାଥ ଟିଚରଙ୍କୁ ।

ଜଳନ୍ଧରରେ କେଏମବି ସଂସ୍କୃତି ସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିଲା  ତନ୍ବୀ । ତନ୍ବୀ ମ୍ୟାଥରେ ଦୁର୍ବଳ ଥିଲା । ଏହି କାରଣରୁ ତନ୍ବୀର ବାପା ମ୍ୟାଥ ପଢ଼ାଉଥିବା ନରେଶ ସାରଙ୍କୁ ଟ୍ୟୁସନ ସାର ଭାବେ ନିଯୁକ୍ତି ଦେଇଥିଲେ । ସ୍କୁଲରେ ଟ୍ୟୁସନ ସାର ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା କଥା ସୁସାଇଡ଼ ନୋଟରେ ଲେଖିଛି ତନ୍ବୀ।

ଘରକୁ ନରେଶ ସାର ଟ୍ୟୁସନ କରିବାକୁ  ଆସୁଥିଲେ ମଧ୍ୟ ତନ୍ବୀକୁ ପାଠ ପଢ଼ାଉ ନ ଥିଲେ। ସେ ତନ୍ବୀ ଠାରୁ ଅନ୍ୟକିଛି ଆଶା କରୁଥିଲେ । ଏହି କଥାକୁ ଛାତ୍ରୀ ଜଣକ ପସନ୍ଦ କରୁ ନଥିଲେ । ଗୋଟେ ପଟେ ତନ୍ବୀ ମ୍ୟାଥରେ ଦୁର୍ବଳ ଥିବା ବେଳେ ଅନ୍ୟପଟେ ନରେଶ ସାର ପାଠ ପଢ଼ାଉ ନଥିଲେ । ସେଥିପାଇଁ ତନ୍ଵୀ କ୍ଲାସ ପିଲାଙ୍କ ଆଗରେ ନିଜକୁ ନ୍ୟୁନ ମନେ କରୁଥିଲା ।

ନରେଶ ସାର ମ୍ୟାଥରେ ଭଲ ଟିଚର ଥିଲେ ବି ତାଙ୍କ ପାଖରେ ପାଠ ପଢ଼େଇବାର ଆଗ୍ରହ ନଥିଲା । ଗୋଟେ ପଟେ ମ୍ୟାଥ ନ ହେବା ଓ ଅନ୍ୟପଟେ ତନ୍ଵୀ ଠାରୁ ମ୍ୟାଥ ସାର ଆଉ କିଛି ଆଶା କରିବା ଘଟଣା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି ବୋଲି ସୁସାଇଡ଼ ନୋଟରେ ଲେଖିଛି ତନ୍ଵୀ ।

ସୁସାଇଡ଼ ନୋଟରେ ପ୍ରଥମେ ତନ୍ଵୀ ଲେଖିଛି… ଆଇ ହେଟ ନରେଶ ସାର୍….  ଶେଷକୁ ନରେଶ ସାରଙ୍କୁ ବିନା ଦଣ୍ଡରେ ନ ଛାଡ଼ିବାକୁ ତା ବାପାଙ୍କୁ  ସେହି ସୁସାଇଡ଼ ନୋଟରେ ଲେଖିଛି ତନ୍ବୀ ।

ଏହି ଘଟଣାରେ ନରେଶ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

   Related Posts