Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସ୍କୁଲରେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର : ଅଭିଯୁକ୍ତ ନାବାଳକ ଗିରଫ

15/12/2019 at 11:25 AM

ଅମୃତସର ୧୫/୧୨: ଅମୃତସରର ରଇଆ-ବ୍ୟାସ ହାଇଓ୍ବେର ଏକ ପ୍ରତିଷ୍ଠିତ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ୮ବର୍ଷର ଶିଶୁ ସହ ଦଶମ ଶ୍ରେଣୀର ଛାତ୍ର ଦୁଷ୍କର୍ମ କରିଛି। ଗତ ଶୁକ୍ରବାର ସ୍କୁଲରେ ସମୟ ପୂର୍ବରୁ ପହଞ୍ଚିଥିବା ଶିଶୁକୁ ସକାଳ ୮:୩୦ରେ ଯୁବକ ଦୁଷ୍କର୍ମ କରିଛି। ଏହା ପରେ ଶିଶୁଟି ଇଂରାଜୀ ଶିକ୍ଷକଙ୍କୁ ଛାତ୍ର ବିରୋଧରେ ଅଭିଯୋଗ କରିଛି। ଏହା ପରେ ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଯାଇଥିଲା।

ସ୍କୁଲ୍ ମ୍ୟାନେଜମେଣ୍ଟ ତୁରନ୍ତ ଶିଶୁଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଯୌନାଙ୍ଗରେ ଯନ୍ତ୍ରଣା ଅଭିଯୋଗ ହେବାରୁ ପୋଲିସ ପୀଡ଼ିତା ଶିଶୁଙ୍କ ମାଆଙ୍କ ବୟାନକୁ ଆଧାର କରି ୧୬ବର୍ଷ ବୟସ୍କ ବବଲୁ (ଛଦ୍ମନାମ) ବିରୋଧରେ ପୋକ୍ସୋ ଆକ୍ଟ ୨୦୧୨ ଏବଂ ୩୭୬ ଅନୁସାରେ ମାମଲା ରୁଜୁ କରିଛି।

ନାବାଳକର ଡାକ୍ତରୀ ମାଇନା କରାଯାଇ ତାକୁ ହୋଶିୟାରପୁରର ଜୁଭେନାଇଲ୍ ଜେଲକୁ ପଠାଇ ଦିଆଯାଇଛି। ଏବେ ଯାଏଁ ଶିଶୁର ଡାକ୍ତରୀ ମାଇନା କରାଯାଇନାହିଁ।

   Related Posts