୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ନୂଆମୋଡ, ଶେଷରେ ପୀଡିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯୁବକ

Published By : Prameya-News7 Bureau | January 25, 2021 IST

ଜୟପୁର ୨୫।୧: କୋରାପୁଟରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ନୂଆମୋଡ । ଶେଷରେ ଅଭିଯୁକ୍ତକୁ ବାହା ହୋଇଛନ୍ତି ପୀଡିତା । ତାହା ବି ପୋଲିସ ଉପସ୍ଥିତରେ ଆଉ ପରିବାରର ସହମତିରେ ।

ସୂଚନାଯୋଗ୍ୟ ଯେ, କୋରାପୁଟ ନନ୍ଦପୁର ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ ଜଣଙ୍କ ଜୟପୁର ନିକଟସ୍ଥ ଏକ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । କରୋନା କଟକଣା ହଟିବା ପରେ ଛାତ୍ରୀ ଜଣଙ୍କ ହଷ୍ଟେଲକୁ ଫେରିଥିଲେ । ଆଉ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା । ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଜୟପୁର ମହିଳା ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା ।

ଏହାପରେ ସେମିଳିଗୁଡା ଅଂଚଳର ଅଭିଯୁକ୍ତ ଯୁବକ ଥାନାରେ ପରିବାର ଲୋକଙ୍କ ସହ ପହଞ୍ଚି ପୀଡ଼ିତାକୁ ବିବାହ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବରେ ପୀଡ଼ିତା ଓ ତାଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ । ଉଭୟ ପୀଡ଼ିତା ଓ ଅଭିଯୁକ୍ତ ସାବାଳକ ଥିବାରୁ ପୋଲିସ ଜୟପୁର ଘରୋଇ ବସଷ୍ଟାଣ୍ଡ ମଧ୍ୟରେ ଥିବା ଏକ ମନ୍ଦିରରେ ଏମାନଙ୍କ ବିବାହ କରାଇଥିଲା । ଉଭୟେ ଖୁସିରେ ରହିବେ ଓ ପୀଡ଼ିତାର ପାଠ ପଢା ଯେପରି ବ୍ୟାଘାତ ନହୁଏ ସେଥି ପ୍ରତି ମଧ୍ୟ ଅଭିଯୁକ୍ତ ଧ୍ୟାନ ଦେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.