ଟ୍ରକ ଚାପାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | November 19, 2019 IST

ଝାରସୁଗୁଡା ୧୯/୧୧: ଟ୍ରାଫିକ ପୋଲିସର ଉପସ୍ଥିତିରେ ଗୋଟିଏ ମାସରେ ତୃତୀୟ ଦୁର୍ଘଟଣା ।ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

{"id":186756,"sizeSlug":"large"}

ସୂଚନା ଅନୁଯାୟୀ ଝାରସୁଗୁଡା -ସମ୍ବଲପୁର୍-ରାଉରକେଲା ବାଇପାସ ରାସ୍ତାରେ ଟ୍ରକ ଚାପାରେ ଦଶମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢେ ୪ଟାବେଳକୁ କଟାପାଲିର ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା ଜେନା ସ୍କୁଲ ଛୁଟି ହେବା ପରେ ଘରକୁ ସାଇକେଲରେ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କ ସହ ଆସୁଥିବା ଅନ୍ୟ ଜଣେ ସହପାଠୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଅନ୍ୟ ଜଣେ ସାଙ୍ଗ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି । ମୃତ ଛାତ୍ରୀ ସ୍ୱପ୍ନା ସୁଲଦିଆ ଅଞ୍ଚଳର ବୋଲି ଜଣାପଡିଛି ।ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଟ୍ରାଫିକ ସମସ୍ୟାକୁ ସୁଧାରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଅଡି ବସିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.