Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବେଲଗାମ କରୋନା: ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲେ ମହାରାଷ୍ଟ୍ର ସରକାର

12/04/2021 at 3:43 PM

ମୁମ୍ବାଇ ୧୨/୦୪ : ମହାରାଷ୍ଟ୍ରରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନାକୁ ଲଗାମ ଲାଗୁନାହିଁ। ଅନିୟନ୍ତ୍ରିତ କରୋନା ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡ କହିଛନ୍ତି ଯେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ମେ’ ଶେଷ ଆଡକୁ ଏବଂ ଦଶମ ବୋର୍ଡ ପରୀକ୍ଷା ଜୁନରେ କରାଯିବ। ବୋର୍ଡ ପରୀକ୍ଷା ନୂଆ ତାରିଖ ପରେ ଘୋଷଣା ହେବ। ସେ କହିଛନ୍ତି ଯେ ସିବିଏସସି, ଆଇସିଏସସି ଓ ଆଇବି ବୋର୍ଡକୁ ମଧ୍ୟ ଅନୁରୋଧ କରିବେ ଯେ ପରୀକ୍ଷା ତାରିଖ ଉପରେ ପୁନର୍ବିଚାର କରିବେ।

କରୋନା ସଂକ୍ରମଣର ବିସ୍ତାର ଯୋଗୁଁ ମହାରାଷ୍ଟ୍ର ସରକାର ସୋମବାର ଦିନ ସମ୍ପୂର୍ଣ ଲକଡାଉନ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକଡାଉନକୁ ନେଇ ସରକାରୀ ଅଧିକାରୀ, ଟାସ୍କ ଫୋର୍ସ, ବ୍ୟବସାୟୀ ଓ ଅନ୍ୟମାନଙ୍କ ସହ ବୈଠକ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ସହ ମଧ୍ୟ ଏକ ବୈଠକ କରିବେ। ମାମଲାରେ କ୍ୟାବିନେଟ ବୈଠକ କରିବାର ମଧ୍ୟ ସମ୍ଭାବନା ରହିଛି। ବୈଠକ ପରେ ସମ୍ପୂର୍ଣ ଲକଡାଉନ ଘୋଷଣା ହୋଇପାରେ।

   Related Posts