IPL ୨୦୨୨ରେ ଖେଳିବେ ୧୦ଟି ଦଳ, ରାଜୀବ ଶୁକ୍ଳା ହେଲେ BCCI ଉପାଧ୍ୟକ୍ଷ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : ଅହମଦାବାଦରେ BCCIର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଉ ୨ଟି ଫ୍ରାଞ୍ଚାଇଜ୍ ସାମିଲ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ଏହା ସହ ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ରାଜୀବ ଶୁକ୍ଳାଙ୍କୁ ବିସିସିଆଇ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା ପୂର୍ବରୁ ଏନ ଶ୍ରୀନିବାସନ ଆଇପିଏଲ ଅଧ୍ୟକ୍ଷ ସମୟରେ ଆଇପିଏଲର ଚେୟାରମ୍ୟାନ୍ ଥିଲେ ।

IPLର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ନୂଆ ଫ୍ରାଞ୍ଚାଇଜ ସାମିଲ କରିବା ପାଇଁ ବିଭିନ୍ନ ସଂସ୍ଥା ଇଚ୍ଛୁକ ଥିଲେ । ତେବେ ୨୦୨୧ IPL ଟୁର୍ଣ୍ଣାମେଣ୍ଟ୍‌ରେ ୮ଟି ଦଳ ରହିବେ । IPL ସିଜିନ୍-୨୨ରେ ନୂଆ ୨ଟି ଫ୍ରାଞ୍ଚାଇଜ୍‌ଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବାଦ କରୋନା ମହାମାରୀ କାରଣରୁ ସମସ୍ତ ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ଉଚିତ୍ ବେତନ ଦିଆଯିବ । ଆସନ୍ତା ଜାନୁୟାରୀ ମାସରୁ ସୟଦ ମୁସ୍ତାକ୍ ଅଲ୍ଲୀ ଟି-୨୦ ଚାମ୍ପିୟନସିପ ଆରମ୍ଭ ହେବ ।

ତେବେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୂର୍ବପରି ବସିସିଆଇର ଅଧ୍ୟକ୍ଷ ପଦରେ ରହିବେ ଏବଂ ଜୟ ଶାହା ବସିସିଆଇର ସଚିବ ଭାବେ କାର୍ଯ୍ୟଭାର ଜାରି ରଖିବେ । ତେବେ IPL ସିଜିନ୍-୨୨ରେ ୧୦ ଟିମ୍ ଖେଳିବା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି ଏବଂ ଟିମ୍ ଅନୁଯାୟୀ ମ୍ୟାଚ ମଧ୍ୟ ବଢାଯିବାର ସମ୍ଭାବନା ଅଛି । ସୂଚନା ଅନୁସାରେ ଯଦି ଆଇପିଏଲରେ ୧୦ ଟି ଟିମ୍ ଭାଗ ନିଅନ୍ତି ତେବେ ମୋଟ ୯୪ଟି ମ୍ୟାଚ୍ ଖେଳାଯିବ ଏବଂ ଟୁର୍ଣ୍ଣାମେଣ୍ଟ୍ ଅଢେଇ ମାସ ଧରି ଜାରି ରହିବ  ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.