ଡିଏସ୍-ହାଉସ୍‌ରୁ ମିଳିଲା ୧୦ଲକ୍ଷ ଟଙ୍କା, ବନ୍ଧୁକ-ଗୁଳି ବି ହେଲା ଜବତ

Published By : Prameya-News7 Bureau | December 26, 2020 IST

କଟକ ୨୬।୧୨: ଜେଲ୍ ଭିତରେ ରହି ଚାଲିଛି ଧଳସାମନ୍ତ ବ୍ରଦର୍ସଙ୍କ ଚୋରା କାରବାର । ସର୍ଚ୍ଚ ଅପରେସନ୍ ବେଳେ ଘରୁ ବାହାରିଛି ୩ଟି ବନ୍ଧୁକ, ୧୭୫ ରାଉଣ୍ଡ ଗୁଳି ଓ ୫ଟି ମାଗାଜିନ୍ । ଧଳସାମନ୍ତ ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍ ଶେଷ ପରେ କଟକ ଡିସିପି ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି ।

ଏହାସହ ନଗଦ ୧୬ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଟଙ୍କା ଦାଦାବଟି ହିସାବରେ ଧଳସାମନ୍ତଙ୍କ ପାଖକୁ ଆସୁଥିବା ପୋଲିସ ଜାଣିବାକୁ ପାଇଛି । ଜେଲ୍ ମଧ୍ୟରେ ରହି ଟଙ୍କା ଆଦାୟ କରୁଥିବା ଡିସିପି ସୂଚନା ଦେଇଛନ୍ତି । ସର୍ଚ୍ଚ ସମୟରେ ଘରର କିଛି କାନ୍ଥ ଏବଂ ସିଲିଂ ଭଙ୍ଗା ଯାଇଥିବା ସୂଚନା ମିଳିଛି । ତେବେ ଏହି ଟଙ୍କା ଆଦାୟରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଆଗକୁ ପୋଲିସ ତଦନ୍ତ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ବର୍ଷେରୁ ଅଧିକ ଦିନ ହେଲା ଧଳସାମନ୍ତ ଭାଇ ସୁଶାନ୍ତ ଓ ସୁଶୀଲ ଅଲଗା ଅଲଗା ଜେଲ୍ ରେ ଅଛନ୍ତି । ଅଥଚ ସେମାନଙ୍କ କଟକ ଘର ଡିଏସ୍ ହାଉସ୍ ଗୁଳି-ବନ୍ଧୁକର ଗୋଦାନ ପାଲଟିଛି । ୧୦ ଦିନ ଭିତରେ ଏକାଧିକ ଥର ରେଡ୍ ହେଲାଣି । ପ୍ରତିଥର ପୋଲିସ ଗୁଳି ଓ ବନ୍ଧୁକ ଜବତ କରୁଛି । କିଏ ସେ ଚଳାଇଛି ଡିଏସ୍ ଭାଇଙ୍କ ଅପରାଧ ନେଟଓ୍ବାର୍କ ? କେଉଁଠୁ ବନ୍ଧୁକ କିପରି ଆସୁଛି ଆଉ କିଭଳି ଭାବେ କାହା ସହାୟତାରେ ଚାଲିଛି କାରବାର ଏ ନେଇ ପୁଣି ଡିଏସ୍-ହାଉସରେ ଚାଲିଛି ସର୍ଚ୍ଚ ଅପରେସନ୍ । ଜେଲ୍ ରେ ଥିବା ଡନ୍ ଙ୍କ ବନ୍ଧୁକ କାରବାର ଚାଲିଛି କେମିତି ସାନଭାଇ ସୁଶୀଲ ଧଳସାମନ୍ତ ଉପସ୍ଥିତିରେ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ଶୁକ୍ରବାର ସର୍ଚ୍ଚ ଅପରେସନ୍ ବେଳେ ଡିଏସ୍-ହାଉସ୍‌ରୁ ସର୍ଚ୍ଚ ଅପରେସନ୍ ବେଳେ ସିକ୍ରେଟ୍ ଚାମ୍ବରରୁ ୩ଟି ବନ୍ଧୁକ , ୧୭୦ ରାଉଣ୍ଡରୁ ଅଧିକ ଗୁଳି, ୫ଟି ମାଗାଜିନ ଏବଂ ୧୦ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା କମିଶନରେଟ୍ ପୋଲିସ । ଶୁକ୍ରବାର ସକାଳ ୧୧ଟାରୁ ରାତି ୭ଟା ଯାଏଁ ସର୍ଚ୍ଚ ଅପରେସନ୍ କରିଥିଲା କମିଶନରେଟ୍ ପୋଲିସ । ଡିସ୍-ହାଉସ୍‌ରୁ ବନ୍ଧୁକ ଗୁଳି ମିଳିବା ପରେ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.