ବାରିପଦା ଚେକ୍‌ବୁକ୍‌ ନଥାଇ ଜାଲ୍‌ ଚେକ୍‌ରେ ମହିଳାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ

Published By : Prameya-News7 Bureau | December 12, 2019 IST

ବାରିପଦା ୧୨।୧୨ -  ବାରିପଦା ତଖତପୁର ଏସବିଆଇ ବ୍ରାଞ୍ଚରେ ଜଣେ ମହିଳା ଆକାଉଣ୍ଟ ହୋଲଡରଙ୍କ ଆକାଉଣ୍ଟର ୧୦ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ହେଲେ ଶାନ୍ତିଲତା ମୁଖତ ।  ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।

{"id":196967,"sizeSlug":"large"}

ଚାକିରିରୁ ଅବସର ପରେ ତାଙ୍କ ଆକାଉଣ୍ଟରେ ଅବସରକାଳୀନ ସହାୟତା ରାଶି ଜମା କରିଥିଲେ । ଆକାଉଣ୍ଟରେ ୧୪ଲକ୍ଷ ଟଙ୍କା ଜମା ଥିବାବେଳେ ଏବେ ସେଥିରୁ ୧୦ଲକ୍ଷ ଟଙ୍କା କେହି ଉଠାଇନେଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ତଦନ୍ତ କରାଯାଉଛି ବୋଲି ସଫେଇ ଦେଇଛନ୍ତି ବ୍ୟାଙ୍କ୍ ମ୍ୟାନେଜର ।

{"id":196968,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.