Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାନ୍ତ କବି ଜନ୍ମକ୍ଷେତ୍ରରେ ‘ବନ୍ଦେ ଉତ୍କଳ ଜନନୀ’, ଗାନ କରିବା ବେଳେ ୧୦ କିଲୋମିଟର ମାନବ ଶୃଙ୍ଖଳ

30/05/2020 at 3:08 PM

ଭଦ୍ରକ ୩୦।୫: ଆଜି ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ’ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ସନ୍ଧ୍ୟା ୫ଟା ୩୦ମିନିଟରେ ସମସ୍ତେ ଗାଇବେ । ଏହି ସମୟରେ ମାନବ ଶୃଙ୍ଖଳ କରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ ଭଦ୍ରକବାସୀ । ଏଥିପାଇଁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକବାସୀଙ୍କୁ ମାନବ ଶୃଙ୍ଖଳରେ ସାମିଲ ହେବ ପାଇଁ ଅନୁରୋଧ କରିଛନ୍ତି ।

ଭଦ୍ରକ ସହରର ମହତାବ ଛକ ନିକଟରୁ ଚରମ୍ପା ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବରେ ମାନବଶୃଙ୍ଖଳ ଗଠନ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ । ସେହିଭଳି ରାଜଘାଟ ଛକରୁ ବାଙ୍କାବଜାର ଓ ଟାଉନହଲ ଛକରୁ ଭଦ୍ରକ କଲେଜ ଗେଟ୍ ପର୍ଯ୍ୟନ୍ତ ମାନବ ଶୃଙ୍ଖଳରେ ରହି ଗାନ କରିବେ । ମାନବଶୃଙ୍ଖଳ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ଅବଲମ୍ବନ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି ।

ସେହିପରି ଭଦ୍ରକ ପୋଲିସ ମଧ୍ୟ ପ୍ରସ୍ତୁତି କରିଛି । ରିଜର୍ଭ ପୋଲିସ ବାରାକ ନିକଟରେ ପୋଲିସ ବ୍ୟାଣ୍ଡ ଟିମ୍ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରିହର୍ସାଲ କରିଛନ୍ତି । ସେହିପରି ଧାମନଗର ବ୍ଲକରେ ମଧ୍ୟ ପ୍ରସ୍ତୁତି ସରିଛି । ବ୍ଲକ୍ ଅଧକ୍ଷ ଧାମନଗରବାସୀଙ୍କୁ ମଧ୍ୟ ଏହି ସଙ୍ଗୀତ ଗାନ କରିବା ପାଇଁ ଅନୁରୋଧ କରିଛନ୍ତି ।

   Related Posts