ନୂଆ ଟ୍ରାଫିକ ନିୟମ : ଗାଡି ଚଲେଇଲା ବେଳେ ଫୋନରେ କଥା ହେଲେ ଦେବାକୁ ପଡିବ ୧୦ ହଜାର ଜରିମାନା

Published By : Prameya-News7 Bureau | July 31, 2020 IST

ଲଖନଉ ୩୧/୦୭ : ଉତ୍ତର ପ୍ରଦେଶ ମୋଟରଯାନ ନିୟମାବଳୀ ଅନୁସାରେ ବୃଦ୍ଧି ପାଇଥିବା ଜରିମାନାର ଶାସନାଦେଶ ଜାରି କରାଯାଇଛି | ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଗାଡି ଚଳାଇବା ସମୟରେ ଫୋନରେ କଥା ହେଲେ ୧୦ ହଜାର ଯାଏଁ ଜରିମାନା ଦେବାକୁ ପଡିବ | ଉତ୍ତର ପ୍ରଦେଶ ସରକାର ଜୁନ ୧୬ ତାରିଖରେ କ୍ୟାବିନେଟ ନିଷ୍ପତ୍ତିର ଶାସନାଦେଶ ଜାରି କରିଛନ୍ତି |

{"id":308010,"width":578,"height":327,"sizeSlug":"large"}

ସୂଚନା ଅନୁଯାୟୀ, ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଚଲାଇବା ସମୟରେ ଫୋନରେ କଥାବାର୍ତ୍ତା କଲେ ପ୍ରଥମଥର ହଜାରେ ଟଙ୍କା ଜରିମାନା ଦେବାକୁ ହେବ | କିନ୍ତୁ ଦ୍ୱିତୀୟଥର ଫୋନରେ କଥାବାର୍ତ୍ତା ହେଲାବେଳେ ଧରା ପଡିଲେ ସିଧା ୧୦ ହଜାର ଟଙ୍କା ଚାଲାଣ କଟିବ | ଏବେ ଠାରୁ ହେଲ୍ମେଟ ବିନା ଗାଡି ଚଲାଇଲେ ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.