୧୦ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

Published By : Prameya-News7 Bureau | August 31, 2019 IST

ଜଳେଶ୍ବର୩୧|୮: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କଖାଡା ପଞ୍ଚାୟତର ମନ୍ଦରୁନି ଗ୍ରାମରେ ଗତ କାଲି ରାତିରେ ଏକ ବଡ଼ ଧରଣର ଅଜଗର ସାପକୁ ଧରିବା ପରେ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ ।

{"id":151313}

ଗତକାଲି ରାତିରେ କିଛି ଲୋକ ଚନ୍ଦନେଶ୍ବର ବଜାରରୁ ଫେରୁଥିବାବେଳେ ଏହି ଅଜଗର ସାପଟି ରାସ୍ତା ପାର ହେଉଥିଲା ।ଲୋକେ ଏତେବଡ ସାପଟିକୁ ଦେଖି ପାଟି କରି ଥିଲେ । ସ୍ଥାନୀୟ ଲୋକେ ଆସି ବାଡ଼ି ଓ ଠେଙ୍ଗା ଆଣି ସାପକୁ ଧରି ଏକ କୁଣ୍ଡରେ ରଖିଥିଲେ ।

{"id":151314}

 ସାପକୁ ଧରିବାପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.