ଲକ୍‌ଡାଉନ୍‌ ପରେ ବି ଥମୁନି ସଂକ୍ରମଣ, ସେପଟେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୮୮୧ ଆକ୍ରାନ୍ତ

Published By : Prameya-News7 Bureau | May 21, 2021 IST

ଭୁବନେଶ୍ଵର ୨୧।୦୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମେ ୫ରେ ସ୍ଥିତି ଯାହା ଥିଲା ତାଠୁ ସ୍ଥିତି ବର୍ତ୍ତମାନ ଅଧିକ ବିଗିଡିଛି। ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି। ହେଲେ ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୦୮୮୧ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୬୭୩୮୨ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁକ୍ରବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

wp:html /wp:html

ଆଜି ରାଜ୍ୟର ଦୁଇଟି ଜିଲ୍ଲାରୁ ହଜାରେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୧୫୫୯ ଓ ସୁନ୍ଦରଗଡ ଜିଲ୍ଲାରୁ ୧୪୪୦ ଜଣ ଆରୋଗ୍ୟଲାଭ କରିଛନ୍ତି। ସେହି ପରି  କଟକ ଜିଲ୍ଲାରୁ ୮୮୩, ଅନୁଗୋଳରୁ ୫୫୨, ସମ୍ବଲପୁରରୁ ୪୫୫, ବରଗଡରୁ ୪୧୧, ମୟୂରଭଞ୍ଜରୁ ୩୮୫, ମାଲକାନଗିରିରୁ ୩୬୮, ନୟାଗଡରୁ ୩୪୭,  ପୁରୀରୁ ୩୩୩, ଗଞ୍ଜାମରୁ ୩୧୧, ବାଲେଶ୍ଵରରୁ ୩୦୩, ନୂଆପଡାରୁ ୩୦୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୫୨୩  ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୬୮୪୨୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୧୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୫୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.