Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୫୩ ବର୍ଷର ଜମି ବିବାଦ : ସୁପ୍ରିମକୋର୍ଟରେ ଶୁଣାଣି ତାରିଖ ପୂର୍ବରୁ ୧୦୮ ବର୍ଷରେ ଚାଲିଗଲେ ଆବେଦନକାରୀ

22/07/2021 at 4:59 PM

ନୂଆଦିଲ୍ଲୀ ୨୨/୦୭ : ଭାରତରେ ନ୍ୟାୟ ବ୍ୟବସ୍ଥାର ଶିଥିଳତା ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଏପରିକି ନ୍ୟାୟ ପାଇବା ପାଇଁ ଅନେକ ବର୍ଷ ଅପେକ୍ଷା କରିବାକୁ ପଡେ । ଶୁଣାଣି ଶେଷ ପରେ ରାୟ ଆସିବା ବେଳକୁ ଆବେଦନକାରୀଙ୍କ ମୃତ୍ୟୁ ଘଟିସାରିଥିବା ମଧ୍ୟ ନଜିର ରହିଛି । ସେହିଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ । ଜମି ବିବାଦକୁ ନେଇ ମାମଲା ଚାଲିଥିବା ବେଳେ ସୁପ୍ରିମକୋର୍ଟରେ ଆବେଦନକାରୀ ପକ୍ଷରୁ ଅପିଲ କରାଯାଇଥିଲା । ସମସ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ସମସ୍ତ ଅପିଲକୁ ଗ୍ରହଣ କରିବା ପରେ ପରେ ଆବେଦନକାରୀ ୧୦୮ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହି ଜମି ବିବାଦ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୯୬୮ ମସିହାରୁ ଜାରି ରହିଥିଲା । ୨୭ ବର୍ଷ ଧରି ବମ୍ବେ ହାଇକୋର୍ଟରେ କେସ୍‌ ଜାରି ରହିବା ପରେ ଫାଇଲ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସଂପୃକ୍ତ ବ୍ୟକ୍ତି । ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ଏହାର ପୁନଃଶୁଣାଣି ପାଇଁ ରାଜି ହୋଇଥିଲେ ଆପେକ୍ସ କୋର୍ଟ । କିନ୍ତୁ କରୋନା କାରଣରୁ ସେ କୋର୍ଟରେ ହାଜର ହୋଇପାରିନଥି​‌ଲେ । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ କୋର୍ଟ ସମସ୍ତ ଦସ୍ତାବିଜ ଯାଞ୍ଚ କରିଥିଲେ ଏବଂ ଆବେଦନକାରୀଙ୍କ ସମସ୍ତ ଅପିଲକୁ ଗ୍ରହଣ ମଧ୍ୟ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ତାଙ୍କ ଜମି ବିବାଦ ମାମଲାର ଶୁଣାଣି ହେବା ପୂର୍ବରୁ ସେ ଆଉ ଜୀବିତ ନାହାନ୍ତି ।

ଜୁଲାଇ ୧୨ ତାରିଖରେ ଶୁଣାଣି ହେବାର କିଛି ସମୟ ପରେ ତାଙ୍କର ଦେହାନ୍ତ ଖବର ଆସିଥିଲା । ମାମଲାର ଶୁଣାଣୀ କିନ୍ତୁ ଜାରି ରହିବ । ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ କିମ୍ବା ସମ୍ପର୍କୀୟ ଚାହିଁଲେ ମାମଲା ଲଢିପାରିବେ । ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ଚନ୍ଦ୍ରଚୂଡ ଏବଂ ହ୍ରିଷିକେଶ ରୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ । ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି, ଆବେଦନକାରୀଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା ଏବଂ ହାଇକୋର୍ଟ ଏହି ମାମଲାର ଶୁଣାଣି ସପକ୍ଷରେ ଯାଇନଥିଲେ । ଆବେଦନକରୀଙ୍କ ଓକିଲ ମଧ୍ୟ ହାଜର ହୋଇନଥିଲେ । ଏହା ସହିତ ସଂପୃକ୍ତ ବ୍ୟକ୍ତିଜଣକ ଗ୍ରାମାଞ୍ଚଳରେ ରହୁଥିବାରୁ ତାଙ୍କୁ ଖୋଜି ପାଇନଥିଲେ । ଯାହାଫଳରେ ମାମଲାଟି ୨୦୧୫ ମସିହାରେ ବନ୍ଦ ହୋଇଯାଇଥିଲା ।

ପରେ ଏହି ଜମି ବିବାଦ ମାମଲାର ପୁନଃ ଶୁଣାଣି ପାଇଁ ୨୦୧୫ ମସିହା ଅଗଷ୍ଟ ୧୯ ତାରିଖରେ ଦ୍ବିତୀୟ ଥର ପାଇଁ ଅପିଲ କରାଯାଇଥିଲା । କୋର୍ଟ ଏହି ମାମଲାକୁ ପୁଣି ଥରେ ଗ୍ରହଣ କରିବା ସହିତ ସେହି ବର୍ଷ ସେପ୍ଟେମ୍ବର ୩ ତାରିଖରେ ଶୁଣାଣି ପାଇଁ ଦିନ ସ୍ଥିର କରିଥିଲେ ପରେ ପୁଣି ଥରେ ଏହାକୁ ଅକ୍ଟୋବର ୨୩ ତାରିଖରେ ଶୁଣାଣି ହୋଇଥିଲା ଏବଂ ଖାରଜ ହୋଇଯାଇଥିଲା ।

   Related Posts