Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

୧୦୮ ମେଗା ପିକ୍ସେଲ କ୍ୟାମେରା -ଦୁଇପଟେ କର୍ଭଡ ଡିସ୍‌ପ୍ଲେ ଥିବା ଶାଓମୀ ଏମ୍‌ଆଇ ମିକ୍ସ ଆଲଫା

25/09/2019 at 3:54 PM


ନୂଆଦିଲ୍ଲୀ – ଶାଓମୀ ଏମ୍‌ଆଇ ଏକ ନୂଆ ଫ୍ଲାଗସିପ୍‌ ଫୋନ୍‌ ଲଞ୍ଚ କରିଛି । ଏଥରେ ୧୦୮ ମେଗାପିକ୍ସେଲ କ୍ୟାମେରାଥିବା ବେଳେ ଦୁଇ ପଟେ ଡିସ୍‌ପ୍ଲେ ରହିଛି । ଏହି ସ୍ମାର୍ଟଫୋନ୍‌ରେ ଅନେକ ରୋଚକ ଆପ୍ଲିକେସନ୍‌ ଓ ବୈଶିଷ୍ଟତା ରହିଛି । ଏଥିରେ ଓ୍ୱାଟର ଫଲ୍‌ ଡିସପ୍ଲେ ଲଗାଯାଇଛି । ସ୍ମାର୍ଟ ଫୋନ୍‌ଟି କର୍ଭଡ୍‌ ଓ ଦୁଇପରେ ଡିସଲ୍‌ପ୍ଲେ ରହିଛି ।

ଏଥିରେ ସେଲ୍ଫି କ୍ୟାମେରା ନାହିଁ ସେଲ୍ଫି ନେବା ସମୟରେ ପଛ ୧୦୮ ମେଗାପିକ୍ସେଲ କ୍ୟାମେରାରେ ଆପଣଙ୍କୁ ସେଲ୍ଫି ନେବାକୁ ପଡିବ । ହେଲେ କିଛି ଅସୁବିଧା ନାହିଁ । ପଛ ପାଖରେ ଡିସ୍‌ପ୍ଲେ ଥିବାରୁ ଆରମରେ ନିଜ ଛବିକୁ ଦେଖି ସେଲଫି ନେଇ ପାରିବେ ।

ଏଥିରେ ରାଉଣ୍ଡିଂ ଡିସ୍‌ପ୍ଲେ ଥିବାରୁ ସ୍କ୍ରିନ ଟୁ ବଡି ରେସିଓ ୧୮୦.୬ ପ୍ରତିଶତ । ଏହି ସ୍ମାର୍ଟ ଫୋନ୍‌ ଫୋଲ୍ଡେବଲ୍‌ ସ୍ମାର୍ଟ ଫୋନ୍‌କୁ ପଛରେ ପକାଇ ଦେବ ବୋଲି ଚର୍ଚ୍ଚା ହେଉଛି ।

ଏହାର ଗୋଟିଏ ସ୍କ୍ରିନ କର୍ଭଡ ହୋଇ ଆଗ ଓ ପଛ ପାଖରେ ଡିସ୍‌ପ୍ଲେ ଭାବେରେ କାମ କରୁଛି। ଏଥିରେ ୧୦୮ ମେଗାପିକ୍ସେଲ କ୍ୟାମେରି ସେନସର୍‌ ରହିଛି ।

ଶାଓମୀ ଏମ୍‌ଆଇ ମିକ୍ସ ଆଲଫା ଫୋନ୍‌ 5ଜିକୁ ସପୋର୍ଟ କରିବ ।


ଏଥିରେ କ୍ୱାଲକମ୍ ସ୍ନାପ ଡ୍ରାଗନ ୮୫୫ ପ୍ରୋସେସର ବ୍ୟବହାର କାରାଯାଇଛି ।


୧୨ ଜିବି ରାମ୍‌ ସହ ୫୧୨ ଜିବିର ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି ।

ଏହି ଫୋନ୍‌ର ବଜାର ମୂଲ୍ୟ ୧.୯୮ ଲକ୍ଷ ଟଙ୍କା ହେବ ।

   Related Posts