Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୧୦୮ ଯୁଦ୍ଧାସ୍ତ୍ର ଆମଦାନୀ ବ୍ୟାନ୍‌ କଲା ଭାରତ, ଆତ୍ମ ନିର୍ଭର ଭାରତ ଅଭିଯାନରେ ହେବ ଉତ୍ପାଦନ

31/05/2021 at 9:56 PM

ନୂଆଦିଲ୍ଲୀ, ୩୧/୦୫: ଆତ୍ମ ନିର୍ଭର ଭାରତ ଅଭିଯାନକୁ ଦେଶ ଏବେ ପ୍ରାଧାନ୍ୟ ଦେଉଛି । ଏହି ଅଭିଯାନକୁ ଆଉ ଟିକେ ଆଗକୁ ନେବା ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଆଉ ୧୦୮ଟି ଯୁଦ୍ଧାସ୍ତ୍ର ଆମଦାନୀକୁ ଭାରତ ବ୍ୟାନ୍‌ କରିଛି । ଏହି ସବୁ ଯୁଦ୍ଧସାମଗ୍ରୀ ନେଗେଟିଭ୍‌ ଆମଦାନୀ ଲିଷ୍ଟରେ ଯୋଡ଼ାଯାଇଛି । ଅର୍ଥାତ୍‌ ଏଗୁଡ଼ିକ ଆଉ ଇମ୍‌ପୋର୍ଟ ନ କରାଯାଇ ଭାରତରେ ହିଁ ଉତ୍ପାଦନ କରାଯିବ।

ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ସହିତ ବ୍ୟାନ୍‌ ଯୁଦ୍ଧାସ୍ତ୍ର ଲିଷ୍ଟ ଜାରି କରାଯାଇଛି । ତେବେ ୨୦୨୧ ଡିସେମ୍ବର ଠାରୁ ୨୦୨୫ ଡିସେମ୍ବର ମଧ୍ୟରେ ଧୀରେ ଧୀରେ ଏହି ବ୍ୟାନ୍‌ ନିର୍ଦ୍ଦେଶ ଲାଗୁ ହେବ। ଏହି ୧୦୮ ଯୁଦ୍ଧ ସାମଗ୍ରୀ ମଧ୍ୟରୁ ଚଳିତ ବର୍ଷ ଡିସେମ୍ବର ମାସ ଠାରୁ ୪୯ଟି ଯୁଦ୍ଧାସ୍ତ୍ର ଉପରେ ବ୍ୟାନ୍‌ ନିର୍ଦ୍ଦେଶ ଲାଗୁ ହେବ ବୋଲି ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। 

ବ୍ୟାନ୍‌ ଲଗାଯାଇଥିବା ୧୦୮ଟି ନୂଆ ଯୁଦ୍ଧ ସାମଗ୍ରୀକୁ ମିଶାଇଲେ ବିଦେଶରୁ ଆମଦାନୀ ହେଉଥିବା ମୋଟ ୨୦୯ ଯୁଦ୍ଧାସ୍ତ୍ର ଉପରେ ରୋକ୍‌ ଲଗା ଗଲାଣି। ଏହା ପୂର୍ବରୁ ୧୦୨ଟି ଯୁଦ୍ଧ ସାମଗ୍ରୀ ଉପରେ ବ୍ୟାନ୍‌ ଲଗାଯାଇଥିଲା।

ଅସ୍ତ୍ରଶସ୍ତ୍ର ପ୍ରଣାଳୀକୁ ଧ୍ୟାନରେ ରଖି ଦ୍ୱିତୀୟ ତାଲିକାରେ ଯୁଦ୍ଧାସ୍ତ୍ର ବ୍ୟାନ୍ କରାଯାଇଛି । ଏହି ସିଷ୍ଟମ୍ ପାଇଁ ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି । ଭବିଷ୍ୟତରେ ଏହାକୁ ବଡ଼ ଆକାରରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତି ରକ୍ଷା ମନ୍ତ୍ରାଳୟ କହିଛି। 

ଦେଶରେ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ଘରୋଇ କମ୍ପାନୀମାନଙ୍କ ସହିତ ଆଲଚୋନା ପରେ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଏହି ଦ୍ୱିତୀୟ ତାଲିକା ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ ଯୁଦ୍ଧାସ୍ତ୍ର ନିର୍ମାଣରେ ଭାରତର କମ୍ପାନୀମାନଙ୍କର ଯୋଗଦାନ ଓ ଏହାର ଭବିଷ୍ୟତ ଆଦି ସମ୍ପର୍କରେ ଆଲୋଚନା ପରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଦ୍ୱିତୀୟ ତାଲିକାରେ କେଉଁ ସବୁ ଯୁଦ୍ଧାସ୍ତ୍ର ବ୍ୟାନ୍‌ ହେଲା ଜାଣି ରଖନ୍ତୁ।

ସୂଚନା ଥାଉକି ୨୦୨୫ ମଧ୍ୟରେ ଭାରତ ୩୫ ହଜାର କୋଟିର ଯୁଦ୍ଧାସ୍ତ୍ର ରପ୍ତାନୀ କରିବାକୁ ଲକ୍ଷ ରଖିଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଦେଶକୁ ଆତ୍ମନିର୍ଭର କରିବା ଦିଗରେ କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। 

   Related Posts