ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ : ହୃଦଘାତ ରୋଗୀଙ୍କ ମୃତ୍ୟୁ ସହ ୨ଗୁରୁତର, ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଫେରାର

Published By : Prameya-News7 Bureau | January 04, 2019 IST

ଚାନ୍ଦବାଲି ୪/୧ : ଚାନ୍ଦବାଲିରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ ହୋଇଛି | ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଗଛରେ ପିଟିହୋଇଥିଲା | ଗଛରେ ପିଟିହେବାରୁ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଚାନ୍ଦବାଲିରୁ ଭଦ୍ରକକୁ ଯାଉଥିବା ସମୟରେ ଚନ୍ଦନପୁର ନିକଟରେ ଏକ ଗଛକୁ ପିଟିବାରୁ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଥିଲା | ଭୋର ପ୍ରାୟ ୩ଟା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି | ଜଣେ ହୃଦଘାତ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ଚାନ୍ଦବାଲିରୁ ବାହାରିଥିଲା | ହୃଦଘାତ ରୋଗୀଙ୍କ ନାଁ ଉପେନ୍ଦ୍ର ସାହୁ | ତାଙ୍କ ବୟସ ପାଖାପାଖି ୭୦ ବର୍ଷ |

{"id":70228}

ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭଦ୍ରକ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଥିଲା | ଆମ୍ବୁଲାନ୍ସରେ ରୋଗୀଙ୍କ ପୁଅ ମଧ୍ୟ ଥିଲେ | ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ସତ୍ୟ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଦୁର୍ଘଟଣାରେ ହୃଦଘାତ ରୋଗୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ଆମ୍ବୁଲାନ୍ସର ସହଯୋଗୀ କର୍ମଚାରୀ ପ୍ରମୋଦ ପରିଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି | ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ଖବର ପାଇ ସଂଗେସଂଗେ ଘଟଣାସ୍ଥଳରେ ପହଂଚିଥିଲେ | ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଖବର ଦିଆଯାଇଥିଲା | ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ | ମୃତଦେହଗୁଡିକୁ ନେଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି |

{"id":70229}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.