ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା ; ଟ୍ରଲିରେ ବୁହାହେଲେ ପ୍ରସୂତି

Published By : Prameya-News7 Bureau | July 31, 2018 IST

ପୁଣି ଫେଲ ମାରିଲା ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା, ପୁଣି ଟ୍ରଲିରେ ବୁହା ହେଲେ ପ୍ରସୂତି । ଚାନ୍ଦବାଲି ବ୍ଲକ ଭାଟପଡ଼଼। ପଞ୍ଚାୟତ ସେରପୁର ଗଁ।ର ଜଣେ ପ୍ରସୂତିଙ୍କ ବେଦନା ହେବାରୁ ସେମାନେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ, ୧୦୨ ଗାଡ଼ି ନ ମିଳିବାରୁ ଟ୍ରଲି ସାହାଯ୍ୟରେ ପ୍ରସୂତିଙ୍କୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ବାଟରେ ରାଉତପଡ଼଼। ନିକଟରେ ପ୍ରସୂତିଙ୍କର ପ୍ରସବ ହୋଇଥିଲା । ଏପଟେ ଆଶାକର୍ମୀ ସାଥିରେ ନଥିବା ବେଳେ ପ୍ରସୂତି ଓ ନବଯାତ ଶିଶୁଟିର ଅବସ୍ଥା ଗୁରୁତର ରହିଛି । ଝିପିଝିପି ବର୍ଷ।ରେ ନବଯାତ ଶିଶୁପତ୍ର ସହ ପ୍ରସୂତିଙ୍କୁ ଏକ ଟ୍ରଲିରେ ବୋହିନେବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ପ୍ରସୂତି ମହିଳା ଜଣକ ଭାଟପଡ଼଼। ପଞ୍ଚାୟତ ସେରପୁର ଗଁ।ର ସୁମନ ମହାଳିକଙ୍କ ସ୍ତ୍ରୀ ଭାନୁ ମହାଳିକ ବୋଲି ସୂଚନା ମିଳିଛି । ଏହଳି ଏକ ସମ୍ବଦେନଶୀଳ ଘଟଣାରେ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଅଧତ୍କାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଘଟଣା କେବଳ ତଦନ୍ତ କରିବେ ବୋଲି ବେପୁରିଆ ଉତ୍ତର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.