୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ୩ କର୍ମଚାରୀ
6/01/2021 at 10:07 AM

ସମ୍ବଲପୁର,୦୬/୦୧: ସମ୍ବଲପୁର ଜିଲ୍ଲା ମହାନଦୀ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଥିବା ତିନିଜଣ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ଆମ୍ବୁଲାନ୍ସରେ କୌଣସି ରୋଗୀ ନ ଥିଲେ । କେବଳ ଜଣେ ଆଟେଣ୍ଡେଣ୍ଟ, ଜଣେ ଚାଳକ ଏବଂ ଜଣେ ହେଲ୍ପର ଥିବା ଜଣା ପଡ଼ିଛି । ଗାଡିଟି ରାଉରକେଲାରୁ ବୁର୍ଲା ଅଭିମୁଖେ ଆସୁଥିବା ବେଳେ ମହାନଦୀ ବ୍ରିଜ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଖବର ପାଇ ଘଟଣାସ୍ଥଳରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ ଆମ୍ବୁଲାନ୍ସ ଗେଟ କାଟି ତିନିଜଣଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୬ ଘଣ୍ଟାର ଅପରେସନ ପରେ ସକାଳରେ କର୍ମଚରୀଙ୍କୁ ଉଦ୍ଧାର କରାଯାଇଥିଲା ।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021