ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର
22/03/2020 at 8:55 AM

ନୀଳଗିରି ୨୨।୩: ବାଲେଶ୍ଵର ଜିଲ୍ଲା ଔପଦା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ସୋର ଅଞ୍ଚଳରୁ ଔପଦା ଅଭିମୁଖେ ଆସୁଥିବା ୧୦୮ ଆମ୍ବୁଲାନ୍ସ ଔପଦା ୟୁକେ। ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିବାର ଜଣାଯାଇଛି। ୧୦୮ ଟି ସମ୍ପୂର୍ଣ୍ଣ ଓଲଟି ଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି ।

ଏହି ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇ ନ ଥିବାବେଳେ ଏଥିରେ କୌଣସି ରୋଗୀ ଥିଲେ ବୋଲି ଜଣାଯାଇଛି । ତେବେ ଔପଦା ଥାନାରେ ରହଣି ପାଇଁ ଯାଉଥିବା ୧୦୮ ଆମ୍ବୁଲାନ୍ସର ନମ୍ବର ଓଡି୦୨ବିଏଚ୧୨୪୭ ବୋଲି ଜଣାପଡିଛି ।
