କରୋନା କାଳରେ ଆଶ୍ଵସ୍ତିକର ଖବର: ପାଞ୍ଚ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା, ଆଜି ଆରୋଗ୍ୟ ହେଲେ ୧୦୭୮୧

Published By : Prameya-News7 Bureau | May 15, 2021 IST

ଭୁବେନଶ୍ଵର ୧୫।୦୫: କରୋନା ସଂକ୍ରମଣ କାଳରେ ରାଜ୍ୟ ପାଇଁ ଆଶ୍ଵସ୍ତିକର ଖବର। ରାଜ୍ୟରେ ୫ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା। ଦୈନିକ ଚିହ୍ନଟ ହେଉଥିବା ହଜାର ହଜାର ସଂକ୍ରମଣ ମଧ୍ୟରେ ଆଜି ରାଜ୍ୟରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୧୧୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭୮୧ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦୨୪୫୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

wp:html /wp:html

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୦୫ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୮୬ ଆରୋଗ୍ୟଲାଭ କରିଛନ୍ତି। ସେହି ପରି କଟକ ଜିଲ୍ଲାରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୋଳରୁ ୫୫୭, ବରଗଡରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡାରୁ ୪୨୨, ପୁରୀରୁ ୩୬୬, ନବରଙ୍ଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ନୟାଗଡରୁ ୨୬୭, ବଲାଙ୍ଗୀରରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେନ୍ଦୁଝରରୁ  ୨୦୬ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.