Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

୫ ବର୍ଷ ବୟସରେ ସ୍ପେନିସ ଫ୍ଲୁକୁ ହରାଇଥିଲେ : ଏବେ ପୁଣି ୧୦୭ ବର୍ଷ ବୟସରେ କରୋନାକୁ ମାତ୍ ଦେଲେ ବୃଦ୍ଧା

27/04/2020 at 11:16 AM

ମେଡ୍ରିଡ ୨୭/୦୪ : ଦୁନିଆର ଅନେକ ଦେଶ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ପ୍ରାଣ ହରାଇଲେଣି | ଅନେକ ଲୋକ ମଧ୍ୟ ସୁସ୍ଥ ହେଉଛନ୍ତି | ସ୍ପେନରେ ଜଣେ ୧୦୭ ବର୍ଷ ବୟସ୍କ ମହିଳା କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି | ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହେଉଥିଲା ସେତେବେଳେ ସେ ସ୍ପେନିସ୍ ଫ୍ଲୁର ଶିକାର ହୋଇଥିଲେ | ସେତେବେଳେ ସେ ସ୍ପେନିସ ଫ୍ଲୁକୁ ମଧ୍ୟ ମାତ୍ ଦେଇ ସୁସ୍ଥ ହୋଇଥିଲେ | ମହିଳା ଜଣକ ହେଲେ ଏନା ଡେଲ ବେଲେ | କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ସେ ଦୁନିଆର ସବୁଠାରୁ ବୟସ୍କ ବୋଲି କୁହାଯାଉଛି | ସୂଚନା ଅନୁଯାୟୀ, ଏନାଙ୍କ ସହ ୬୦ ଜଣ ସଂକ୍ରମିତ ହୋଇଥିଲେ | ଏନା ବର୍ତ୍ତମାନ ସୁସ୍ଥ ଅଛନ୍ତି |

୧୯୧୩ ମସିହା ଅକ୍ଟୋବର ମାସରେ ଜନ୍ମ ହୋଇଥିଲେ ଏନା | ୧୯୧୮ ମସିହା ଜାନୁଆରୀମାସରୁ ୧୯୨୦ ଡିସେମ୍ବର ମାସ ପର୍ଯ୍ୟନ୍ତ ସ୍ପେନିସ୍ ଫ୍ଲୁର ପ୍ରକୋପ ରହିଥିଲା | ଏହି ମହାମାରୀରେ ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟା ଅର୍ଥାତ ପାଖାପାଖି ୫୦ କୋଟି ଲୋକ ପ୍ରାଣ ହରାଇଥିଲେ | ଏନା ମଧ୍ୟ ସ୍ପେନିସ୍ ଫ୍ଲୁର ଶିକାର ହୋଇଥିଲେ | କିନ୍ତୁ ସେ ସୁସ୍ଥ ହୋଇଯାଇଥିଲେ |

ସୂଚନା ଅନୁଯାୟୀ, ସ୍ପେନିସ୍ ଫ୍ଲୁକୁ ମାତ୍ ଦେବାର ୧୦୨ ବର୍ଷ ପରେ ଏନା କରୋନା ଭାଇରସକୁ ମଧ୍ୟ ମାତ୍ ଦେଇଛନ୍ତି | ଏନା ଏତେ ବୟସରେ କରୋନା ସଂକ୍ରମଣର ଶିକାର ହୋଇ ପୁଣି ସୁସ୍ଥ ହେବା କୌଣସି ଚମତ୍କାର ଠାରୁ କମ ନୁହେଁ | ଏନାଙ୍କ ବୋହୁ ପାକୁଇ ସଞ୍ଚେଜ୍ ହସ୍ପିଟାଲର ସମସ୍ତ ଡାକ୍ତର ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସେ କହିଛନ୍ତି ଯେ ଏନା ବୟସ ଅଧିକ ଥିବାରୁ ସ୍ୱାସ୍ଥ୍ୟକର୍ମୀ ବହୁତ ସଚେତନତାର ସହ ତାଙ୍କର ଚିକିତ୍ସା କରିଥିଲେ | ଏନା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛନ୍ତି | ଏନା ୱାକର୍ ସାହାଯ୍ୟରେ ଚଲାବୁଲା କରନ୍ତି ଏବଂ ନିଜେ ଖିଆପିଆ କରନ୍ତି | ରିପୋର୍ଟ ଅନୁଯାୟୀ ସ୍ପେନରେ ୧୦୧ ବର୍ଷ ବୟସର ଆଉ ଦୁଇ ଜଣ ବୟସ୍କ ମହିଳା କରୋନାକୁ ମାତ୍ ଦେଇଛନ୍ତି |

ଆମେରିକା ପରେ ସବୁଠାରୁ ଅଧିକ ସ୍ପେନରେ ସଂକ୍ରମିତ ହୋଇଛନ୍ତି | ସ୍ପେନରେ ଏବେ ସୁଦ୍ଧା ୨୨ ହଜାର ୫୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଲେ ପାଖାପାଖି ୨ ଲକ୍ଷ ୨୦ ହଜାର ସଂକ୍ରମିତ ହୋଇଛନ୍ତି | ୯୨ ହଜାର ୩୫୫ ଜଣ ଭଲ ମଧ୍ୟ ହୋଇସାରିଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୩୬୭ ଜଣ ପ୍ରାଣ ହରାଇଥିଲେ | ଏହା ମାର୍ଚ୍ଚ ୨୧ ତାରିଖ ପରେ ସଂକ୍ରମଣରେ ପ୍ରାଣ ହରାଇଥିବା ସବୁଠାରୁ କମ ସଂଖ୍ୟା |

   Related Posts