କରୋନାକୁ ମାତ୍ ଦେଇଥିବା ୧୦୭ ବର୍ଷୀୟ ଅସହାୟ ବୃଦ୍ଧଙ୍କ ଦେହାନ୍ତ, ଶବ ସତ୍କାର ପାଇଁ କେହି ଆସିଲେନି

Published By : Prameya-News7 Bureau | May 12, 2021 IST

ନୀଳଗିରି,୧୨/୫: ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ବିରୁଆଁ ଅଂଚଳର ରଘୁବୀର ପାଟଣାର ଜଣେ ୧୦୭ ବର୍ଷର ବୃଦ୍ଧ ଦୟାନିଧି ପଣ୍ଡା କିଛି ଦିନ ପୂର୍ବରୁ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଦୟାନିଧି ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ । କରୋନାରୁ ସୁସ୍ଥ ହୋଇ ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେବା ସହ ମନରୁ ଭୟ ବାହାର କରୁବାକୁ ଏକ ବାର୍ତ୍ତା ଦେଇଥିଲେ ।

ହେଲେ ତାଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଥିଲା । କୋଭିଡ ପୂର୍ବରୁ ସଂକ୍ରମଣ ହୋଇଥିବାରୁ ତାଙ୍କ ମର ଶରୀରକୁ କେହି ସତ୍କାର ପାଇଁ ନେଉ ନଥିଲେ । ଏହି ଖବର ପାଇବା ପରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ବାଲେଶ୍ଵର ଶାଖାର ମହେଶ ମଲ୍ଲିକ, ପ୍ରଦ୍ୟୁମ୍ନ ଜେନା, ସ୍ମୃତି ରଞ୍ଜନ ବାରିକ, ସଞ୍ଜୟ ଜେନା, ମଳୟ ଜେନା ପ୍ରମୁଖ ପହଂଚି ପି.ପି.ଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ । ଭୋଗରାଇ ତହସିଲଦାର କମଳା କାନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.