ନକ୍ସଲପନ୍ଥୀଙ୍କ ପାଇଁ ନୂଆ ରାହା !ବନ୍ଧୁକ ବଦଳରେ ଧରିଲେ କଲମ; ସ୍ନାତକ ପରୀକ୍ଷା ଦେଲେ ଅନେକ ଯୁବକ ଯୁବତୀ

Published By : Prameya-News7 Bureau | June 23, 2018 IST

ଅନ୍ଧାର ଦୁର ହେବ ଆଉ ଆଲୋକିତ ହେବ ଜୀବନ । ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ମାଲକାନଗିରି ଜିଲ୍ଲାର ନକ୍ସଲପନ୍ଥୀଙ୍କ ପାଇଁ ନୂଆ ରାହା ଫିଟିଛି । ସ୍ନାତକ ପରୀକ୍ଷା ଦେଇଛନ୍ତି ଅନେକ ଯୁବକ ଯୁବତୀ । ବନ୍ଧିକ ବଦଳରେ ହାତରେ ଧରିଛନ୍ତି କଲମ। ଦିନେ ହାତରେ ବନ୍ଧୁକ ଧରି ଲାଲଗଡରେ ଲୋକଙ୍କୁ ହୁକୁମ୍ ଦେଉଥିବା ନକ୍ସଲପନ୍ଥି ମାନେ ଏବେ ହାତରେ କଲମ ଧରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ମାଲକାନଗିରି ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନକ୍ସଲ । ଭୁଲ ବାଟରେ ଚାଲି ଯାଇଥିବା ଏହି ଆଦିବାସି ଯୁବକ ଯୁବତିଙ୍କୁ ଆତ୍ମ ସମର୍ପଣ କରାଇଛନ୍ତି ମାଲକାନଗିରି ଏସ.ପି. । ଅନ୍ୟ ମାନଙ୍କ ପରି ଏମାନେ ମଧ୍ୟ ରୋଜଗାର କରିବେ ଓ ସମାଜରେ ମୁଣ୍ଡ ଟେକି ଚାଲିବେ । ସେହି ଆଶାରେ ୧୦୭ ଜଣ ଆଦିବାସୀ ଯୁବକ ଯୁବତୀ IGNOU ଅଧୀନରେ ସ୍ନାତକ ପରୀକ୍ଷା ଦେଇଛନ୍ତି । ଏଦିଗରେ ପୋଲିସ ବିଭାଗ ସହଯୋଗ କରିଛି। ପରୀକ୍ଷା ପାସ କଲେ ଦକ୍ଷତା ଅନୁଯାୟୀ ଏମାନେ ନିଜ ଗୋଡରେ ଠିଆ ହୋଇ ପାରିବେ । ଆଦିବାସି ଯୁବକ ଓ ଯୁବତିଙ୍କୁ ଢାଲ କରି ନକ୍ସଲ ମାନେ ମାଲକାନଗିରି ଜିଲ୍ଲାରେ ଦୀର୍ଘ ଧରି ଜୁଲୁମ କରି ଆସୁଛନ୍ତି । ଏବେ କିନ୍ତୁ ଏମାନେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ଆଗେଇ ଆସିଛନ୍ତି । ଆଉ ଏବେ ଅନ୍ୟ ନକ୍ସଲପନ୍ଥୀଙ୍କୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ଏମାନେ ନିବେଦନ କରିଛନ୍ତି । ସ୍ନାତକ ପାଶ କରିବା ପରେ ଏହି ଯୁବକଯୁବତୀଙ୍କୁ ଜିଲ୍ଲାର ପୋଲିସ ଓ ଶିକ୍ଷା ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ । ଫଳରେ ଅନ୍ୟ ନକ୍ସଲପନ୍ଥୀ ମାନେ ମଧ୍ୟ ଆତ୍ମସମର୍ପଣ କରିବେ ବୋଲି ପୋଲିସ ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.