Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଅଂଶଗ୍ରହଣ କରିଛନ୍ତି ୫ ହଜାର ୫୦୦ ଛାତ୍ରଛାତ୍ରୀ

5/01/2020 at 5:56 PM

ବେଙ୍ଗାଲୁର ୦୫।୦୧ – ବେଙ୍ଗଲୁରୁରେ ଚାଲିଛି ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ । ଦେଶବିଦେଶରୁ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କର ସମାଗମ ହୋଇଛି । ଏଥିରେ ସାରା ଦେଶରୁ ୫ ହଜାର ୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଏକ ଗ୍ୟାଲେରୀ ଲାଗିଛି । ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗବେଷଣା ପ୍ରତି ସଚେତନ କରାଇବା ଓଡ଼ିଶା ଗ୍ୟାଲେରୀର ଲକ୍ଷ୍ୟ ରହିଛି ।…

ବେଙ୍ଗଳୁରୁର ଏଗ୍ରିକଲଚରାଲ ସାଇନ୍ସ ବିଶ୍ବବିଦ୍ୟାଳୟରେ ଚାଲିଛି ୧୦୭ ତମ ଜାତୀୟ ବିଜ୍ଞାନ କଂଗ୍ରେସ । ଏଥର ବିଜ୍ଞାନ କଂଗ୍ରେସର ଲକ୍ଷ୍ୟ ରହିଛି ଗ୍ରାମୀଣ ଅଂଚଳରେ ବିଜ୍ଞାନର ଅଭିବୃଦ୍ଧି। ଦେଶ ବିଦେଶରୁ ପ୍ରାୟ ୨୦ ହଜାର ପ୍ରତିନିଧିଙ୍କ ସମାଗମ ହୋଇଛି ଏଠାରେ । ଦୁଇ ଜଣ ନୋବେଲ ବିଜେତାଙ୍କ ସହ ୭୪ ଜଣେ ବିଦେଶୀ ବୈଜ୍ଞାନିକ ଏବଂ ସାରା ଦେଶରୁ ୫ ହଜାର ୫୦୦ ଛାତ୍ରଛାତ୍ରୀ ବିଜ୍ଞାନର ବିଭିନ୍ନ ବିଭାଗରେ ଆଲୋଚନା କରୁଛନ୍ତି । ୩୦ଟି ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି । ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମଧ୍ୟ  ଏଥିରେ ସାମିଲ ହୋଇଛନ୍ତି ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଗୋଟିଏ ଗ୍ୟାଲେରୀ ମଧ୍ୟ ଲାଗିଛି।

 ପ୍ରତିଦିନ ଓଡ଼ିଶା ଗ୍ୟାଲେରିରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବିଜ୍ଞାନ ଓ ସ୍ବଦେଶୀ ଜ୍ଞାନ କୌଶଳର ଉପଯୋଗ କରି କିଭଳି ଗ୍ରାମୀଣ ବିକାଶ କରାଯାଇପାରିବ ସେନେଇ ଦର୍ଶକଙ୍କୁ ବୁଝାଉଛନ୍ତି ଓଡିଶା ସରକାରଙ୍କ ପ୍ରତିନିଧି । ବାଙ୍ଗାଲୋରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଓଡ଼ିଶା ଗ୍ୟାଲେରି ପରିଦର୍ଶନ କରୁଛନ୍ତି ।…

ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

   Related Posts