Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ, ଯୋଗଦେଲେ ୧୦୭ଟି ବନ ସୁରକ୍ଷା କମିଟିର ସଦସ୍ୟ

24/02/2021 at 9:25 PM

ମୟୁରଭଞ୍ଜ, ୨୪/୦୨: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ । ଓଡିଶା ବନାଞ୍ଚଳ ଅଧିନରେ ବର୍ଷ ତମାମ କାର୍ଯ୍ୟର ଆକଳନ,  ପ୍ରଗତି, ଖର୍ଚ୍ଚ ତଥା ସଫଳତା ଉପରେ ସମୀକ୍ଷା କରାଯାଇଥିଲା ।

ଉଜୁଡି ଯାଉଥିବା ଜଙ୍ଗଲରେ ପୁନଃ ଜଙ୍ଗଲ ସୃଷ୍ଟି କରିବା ସହିତ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ ପାଇଁ ସଚେତନା ସୃଷ୍ଟି କରିବା,ମୃତ୍ତିକା ସଂରକ୍ଷଣ ଉପରେ କିପରି ଗୁରୁତ୍ୱ ଦିଆ ଯାଉଛି ଡିଏଫ୍‌ଓ ଅରୁଣ କୁମାର ମିଶ୍ର ସୂଚନା ଦେଇଥିଲେ ।

ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ପାରଦର୍ଶିତା ଲାଭ କରିଥିବା ତଥା ଜଙ୍ଗଲ ସୁରକ୍ଷା, ଵୃକ୍ଷ ରୋପଣ, ଜୀବିକା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଏହି ଅବସରରେ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ରାଇରଙ୍ଗପୁର, ବିଶୋଇ, ବାଦାମପାହାଡ଼, ମଣଦା, ବହଳଦା ରେଞ୍ଜ ଅଧିନ ୧୦୭ଟି ବନ ସୁରକ୍ଷା କମିଟିର ସଦସ୍ୟଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ ।

   Related Posts