Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ଭାଇରସକୁ ପରାସ୍ତ କଲେ ୧୦୬ ବର୍ଷର ବୃଦ୍ଧା, ସୁସ୍ଥ ହୋଇ ଘରକୁ ଫେରିଲେ

16/04/2020 at 10:17 AM

ବ୍ରିଟେନ, ୧୬|୦୪: କୋନୀ ଟିଟଚେନ୍ ନାମକ ଜଣେ ମହିଳା ୧୦୬ ବର୍ଷରେ ମାରାତ୍ମକ କରୋନା ଭାଇରସକୁ ମାତ ଦେଇଛନ୍ତି । ୟୁକେର ଏଙି ମହିଳାଜଣଙ୍କ ହସ୍ପିଟାଲରେ ୩ ସପ୍ତାହ କଟାଇବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବର୍ମିଂହାମର ଏନଏଚଏସ କହିଛି ଯେ, କୋନୀ ସବୁଠାରୁ ବୟସ୍କା ଆକ୍ରାନ୍ତ ଥିଲେ । ସେ ଏବେ ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ନିଜେ କୋନୀ ମଧ୍ୟ ଖୁସି ଅଛନ୍ତି । ସେ ନିଜ ପରିବାରକୁ ପୁଣି ଥରେ ଦେଖିବା ପାଇଁ ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି । ହସ୍ପିଟାଲର କହିବାନୁସାରେ, କୋନୀ ୧୯୧୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୁଇଟି ବିଶ୍ୱ ଯୁଦ୍ଧକୁ ଅତି ପାଖରୁ ଦେଖିଛନ୍ତି । ତେବେ ମାର୍ଚ୍ଚ ୧୫ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଟେଷ୍ଟ୍ ରିପୋର୍ଟ କରୋନା ଆସିବା ପରେ ତାଙ୍କୁ କୋଭିଡ-୧୯ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେ କରୋନା ଲଢେଇରେ ବିଜୟୀ ହୋଇଛନ୍ତି ।

ତାଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସ କେଲି ସ୍ମିଥ୍ କହିଛନ୍ତି ଯେ, ଏହା ଏକ ବହୁତ ବଡ ଖବର । ତାଙ୍କର ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଟନ୍ତି । ଯେତେବେଳେ କରୋନା ଆକ୍ରାନ୍ତମାନେ ସୁସ୍ଥ ହୋଇ ଫେରନ୍ତି ସେତେବେଳେ ବହୁତ ଖୁସି ଲାଗେ ବୋଲି ସେ କହିଛନ୍ତି ।

   Related Posts