କରୋନା ଭାଇରସରୁ ସୁସ୍ଥ ହେଲେ ସବୁଠୁ ବୟସ୍କ ୧୦୬ବର୍ଷ ବୟସ୍କ ବୃଦ୍ଧ : ୪ବର୍ଷର ହୋଇଥିବାବେଳେ ସ୍ପାନିଶ ଫ୍ଲୁକୁ କରିଥିଲେ ସାମନା

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୬/୭: ଦିଲ୍ଲୀରେ ୧୦୦ବର୍ଷରୁ ଅଧିକ ବୟସର ଜଣେ ବୟସ୍କ ନିକଟରେ କୋଭିଡ-୧୯ରେ ନିଜ ପୁଅଙ୍କ ତୁଳନାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି। ସେ ୧୯୧୮ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ସମୟରେ ୪ବର୍ଷର ହୋଇଥିଲେ। ତାଙ୍କ ପୁଅଙ୍କ ବୟସ ମଧ୍ୟ ପାଖାପାଖି ୭୦ବର୍ଷ।

ଡାକ୍ତରଙ୍କ କହିବା ଅନୁସାରେ ୧୦୬ବର୍ଷ ବୟସ୍କ ରୋଗୀ ନିକଟ​ରେ କୋଭିଡ -୧୯ରୁ ଠିକ୍ ହେବା ପରେ ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରୁ ଛୁଟି ଦିଆଯାଇଛି। କରୋନା ଭାଇରସରୁ ଠିକ୍ ହେବା ପରେ ହସ୍ପିଟାଲରୁ ତାଙ୍କ ପତ୍ନୀ,ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଛୁଟି ଦିଆ ଯାଇଛି।

ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ,‘ ସେ ଦିଲ୍ଲୀରେ କୋଭିଡ-୧୯ର ପ୍ରଥମ ରୋଗୀ ଯିଏ ୧୯୧୮ମସିହାରେ ଏଭଳି ମହାମାରୀ ସ୍ପାନିଶ ଫ୍ଲୁର ସମ୍ମୁଖୀନ ହୋଇଥିଲେ। ସ୍ପାନିଶ ଫ୍ଲୁ ମଧ୍ୟ ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା। କେବଳ ସେ ନୁହଁନ୍ତି ବରଂ ତାଙ୍କ ପୁଅ ମଧ୍ୟ ଏଥିରୁ ସୁସ୍ଥ ହୋଇଛନ୍ତି। ତାଙ୍କ ପୁଅ ମଧ୍ୟ ବୟସ୍କ।’

ସ୍ପାନିଶ ଫ୍ଲୁ ମହାମାରୀ ସାରା ବିଶ୍ବରେ ୧୦୨ବର୍ଷ ତଳେ ଦେଖା ଦେଇଥିଲା ଏବଂ ସେହି ସମୟରେ ସମଗ୍ର ବିଶ୍ବର ଏକ-ତୃତୀୟାଂଶ ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଥିଲେ।

ଆମେରିକାରେ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁସାରେ,‘ନିକଟରେ ଇତିହାସରେ ୧୯୧୮ମସିହାର ମହାମାରୀ ସବୁଠୁ ଭୟଙ୍କର ଥିଲା। ଏହା ଏଚ୧ଏନ୧ ଭାଇରସ୍ ଯୋଗୁଁ ବ୍ୟାପିଥିଲା।’ ଆମେରିକାରେ ଏହି ରୋଗ ଯୋଗୁଁ ପ୍ରାୟତଃ ୬ଲକ୍ଷ ୭୫ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ଭାରତରେ କୁହାଯାଏ ଯେ ପ୍ରଥମ ବିଶ୍ବ ଯୁଦ୍ଧରୁ ଫେରିଥିବା ସୈନିକଙ୍କ ସହ ଏହି ଭାଇରସ୍ ଆସିଥିଲା। ସମଗ୍ର ବିଶ୍ବରେ ଏହି ରୋଗରେ ଯେତେ ଜଣଙ୍କ ମୃତ୍ୟୁ ହୋଇଥିଲା,ତାହାର ପଞ୍ଚମ ଅଂଶ ସମାନ ଭାରତରେ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.