ତାମିଲନାଡୁରେ କରୋନା ପଜିଟିଭ୍ ସଂଖ୍ୟା ୧୦୭୫କୁ ବୃଦ୍ଧି, ୯୭୧ ରୋଗୀ ତବଲିଗି ଜମାତରୁ ସଂକ୍ରମିତ

Published By : Prameya-News7 Bureau | April 12, 2020 IST

ଚେନ୍ନାଇ ୧୨।୦୪: ତାମିଲନାଡୁରେ ରବିବାର ୧୦୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫କୁ ବୃଦ୍ଧି ଘଟିଛି। ରାଜ୍ୟର ସ୍ଵାସ୍ଥ୍ୟ ସଚିବଙ୍କ ଅନୁଯାୟୀ ରବିବାର ଚିହ୍ନଟ ୧୦୬ ସଂକ୍ରମିତଙ୍କ ମଧ୍ୟରେ ୯୦ ଜଣ ତବଲିଗି ଜମାତ ସହ ଜଡିତ। ରାଜ୍ୟରେ ଅଦ୍ୟାବଧି ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ପରି ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ତାମିଲନାଡୁ ତୃତୀୟ ରାଜ୍ୟରେ ପରିଣତ ହୋଇଛି, ଯେଉଁଠି କରୋନା ଆକ୍ରାନ୍ତ ସଂଖ୍ୟା ୧୦୦୦ ଟପିଛି। ତାମିଲନାଡୁ ସ୍ଵାସ୍ଥ୍ୟ ସଚିବ ବିଲ୍ ରାଜେଶ କହିଛନ୍ତି ଯେ, ରାଜ୍ୟରେ ୧୦୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୭୧ ଜଣ ତବଲିଗି ଜମାତରୁ ସଂକ୍ରମିତ ହୋଇଛନ୍ତି।

ସେ କହିଛନ୍ତି ଯେ, କରୋନା ପଜିଟିଭ୍ ରୋଗୀଙ୍କ ମଧ୍ୟରେ ୨ ସରକାରୀ ଡାକ୍ତର, ୨ ରେଲଓ୍ଵେ ହସ୍ପିଟାଲର ଡାକ୍ତର, ୪ ଘରୋଇ ହସ୍ପିଟାଲର ଡାକ୍ତର ଓ ୫ ନର୍ସ ସାମିଲ। ତାମିଲନାଡୁରେ କରୋନାରେ ପ୍ରଥମ ମୃତ୍ୟୁ ମାର୍ଚ୍ଚ ୨୪ରେ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.