Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କରୋନା ରୋଗୀଙ୍କ ମୃତ୍ୟୁରେ ଦୋହଲି ଗଲାଣି ଦିଲ୍ଲୀ: ୩ ଦିନରେ ୧୦୫୭ ଶବ ସତ୍କାର

22/04/2021 at 2:18 PM

ନୂଆଦିଲ୍ଲୀ ୨୨/୦୪ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଯାଏଁ ଲକଡାଉନ୍ ଲାଗୁ କରିଛନ୍ତି। ତଥାପି ଦୈନିକ ଲଗାତାର ପାଖାପାଖି ୨୪ ହଜାର ମାମଲା ରେକର୍ଡ ହେଉଛି। ଏପଟେ ମୃତକଙ୍କ ସଂଖ୍ୟା ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ୩ ନଗର ନିଗମ ଅନୁଯାୟୀ, ଗତ ୩ ଦିନରେ ୧୦୫୭ ଶବ ସତ୍କାର ହୋଇଛି। ୧୮ ରୁ ୨୦ ତାରିଖ ମଧ୍ୟରେ ଦୈନିକ ପ୍ରାୟ ୩୫୨ ଜଣଙ୍କ ଅନ୍ତିମ ସଂସ୍କାର ହୋଇଛି। ଏହି ୩ ନଗର ନିଗମର ୯ଟି କ୍ଷେତ୍ରରେ ୨୧ଟି ସ୍ମଶାନ ଓ କବରସ୍ଥାନ ରହିଛି। ଦିଲ୍ଲୀର ନିଗାମବୋଧ ଘାଟରେ ସର୍ବାଧିକ ୨୦୮ ଶବ ସତ୍କାର ହୋଇଛି। 

ଦିଲ୍ଲୀ ବିଜେପି ପ୍ରବକ୍ତା ହରିଶ ଖୁରାନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କରୋନା ମୃତକଙ୍କ ସଂଖ୍ୟା ଲୁଚାଇଥିବା ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୋଭିଡ ଏମର୍ଜେନ୍ସି ସ୍ଥିତି ପାଇଁ ସଜାଗ ଥିବା କହୁଛନ୍ତି କିନ୍ତୁ ଅପରପକ୍ଷରେ ମୃତ୍ୟୁ ସଂଖ୍ୟା କମ କରି କହୁଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ ୧୮ ରୁ ୨୦ ତାରିଖ ମଧ୍ୟରେ ୬୭୮ ଜଣଙ୍କ ମୃତ୍ୟୁ ହୋଇଛି। 

ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୨୪ ହଜାର ୬୩୮ ନୂଆ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୨୪୯ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୦ ହଜାର ୧୭୯। ୮ ଲକ୍ଷ ୩୧ ହଜାର ୯୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ହଜାର ୮୮୭ ଜଣଙ୍କ ମୃତ୍ୟୁ ହୋଇଛି।

   Related Posts