୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 15, 2021 IST

ଜଳେଶ୍ବର ୧୫।୯: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ମହମ୍ମଦନଗର ପାଟଣା ଅଞ୍ଚଳରୁ ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ଏହାସହ ଏକ ବୁଲେଟ୍ ମଟର ସାଇକେଲ୍ ଏବଂ କିଛି ଟଙ୍କା ଜବତ କରିଛି ଜଳେଶ୍ଵର ପୋଲିସ । ଗିରଫ ଦୁଇ ଜଣଙ୍କ ଘର ଭୁବନେଶ୍ବରରେ ହୋଇଥିବା ବେଳେ ସେମାନେ ଜଳେଶ୍ଵରରୁ ଭୁବନେଶ୍ବର ବ୍ରାଉନସୁଗାର ନେଇ ଯାଉଥିଲେ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.