ମରଣଯନ୍ତା ପାଲଟିଲାଣି ଟ୍ୱିନ ସିଟି: ବର୍ଷକରେ ୧୦୪୬ ଦୁର୍ଘଟଣା, ୩୯୪ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର୬|୨: ରାଜ୍ୟ ବ୍ୟାପି ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଛି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବି ଚାଲିଛି । ହେଲେ ନିତି ଦିନ ଘଟୁଛି ଛୋଟବଡ ଦୁର୍ଘଟଣା । କେତେବେଳ କାହାର ଜୀବନ ଚାଲିଯାଉଛି ତ କିଏ ପାଲଟି ଯାଉଛି ଅକର୍ମଣ୍ୟ । ସଚେତନତା ସତେ ଯେମିତି କାଗଜକଲମରେ ସୀମିତ । ଟୁଇନ ସିଟିରେ ଦୁର୍ଘଟଣା ସଂଖ୍ୟା ବି କିଛି କମ୍ ନୁହେଁ । ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ ।

{"id":82533}

ଦ୍ବୈତନଗରୀରେ ବଢୁଛି ଦୁର୍ଘଟଣା । କେତେବେଳେ ଅସାବଧାନତା ତ ପୁଣି କେତେବେଳେ ଅବ୍ୟବସ୍ଥା ନେଉଛି ଜୀବନ । ସରକାର ସଚେତନତା ଉଦ୍ଦେଶ୍ୟରେ କେତେକଣ ଯୋଜନା ହାତକୁ ନେଉଛନ୍ତି । ହେଲେ ବାସ୍ତବ ସ୍ଥିତି ଅଲଗା । ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । ସିଲଭର ସିଟି ହେଉ କି ସ୍ମାର୍ଟ ସିଟି ସବୁଠି ସମାନ ଅବସ୍ଥା ।

{"id":82534}

ଆସନ୍ତୁ ନଜର ପକାଇବା ୨୦୧୮ରେ ଘଟିଥିବା ଦୁର୍ଘଟଣାର ରିପୋର୍ଟ ଉପରେ-

୨୦୧୮ ରେ ଦ୍ବୈତନଗରୀରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ୨୦୧୮ରେ ଟୁଇନ ସିଟିରେ ୧୦୪୬ ଦୁର୍ଘଟଣା ଘଟିଛି । ୩୯୪ ଜଣଙ୍କର ମୃତ୍ୟୁ ଘଟିଛି । ୬୨୦ ଜଣ ଗୁରୁତର ଓ ୨୫୨ ଜଣ ଆହତ ହୋଇଛନ୍ତି

{"id":82535}

ଏଥିମଧ୍ୟରୁ ଭୁବନେଶ୍ବରରେ ୬୫୩ ଓ କଟକରେ ୩୯୩ ଟି ଦୁର୍ଘଟଣା ଘଟିଛି । ପୂର୍ବ ତିନି ବର୍ଷ ଅପେକ୍ଷା ୨୦୧୮ରେ ୧୩ ପ୍ରତିଶତ ଦୁର୍ଘଟଣା ବଢିଛି ।

{"id":82536}

ଦିନ ଥିଲା ଦୁର୍ଘଟଣା ଘଟିଲେ ଲୋକେ ରେସ୍କୁ ପାଇଁ ଡରୁଥିଲେ । ତେଣୁ ଦୁର୍ଘଟଣାର ଶିକାର ଲୋକଙ୍କୁ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ଦିଆଗଲା । ସାହାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ରାଶି ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଲୋକେ ସହଯୋଗ କରି ପୋଲିସ ଝାମେଲାରେ ଫଶିବାକୁ ପସନ୍ଦ କରୁନଥିବା ବେଳେ ନିୟମ ହୋଇଛି ସେମାନଙ୍କ ବିନା ଇଛାରେ ସେମାନଙ୍କୁ ପଚରାଉଚରା କରାଯାଇପାରିବ ନାହିଁ । ଏତେ ସବୁ ନିୟମ, ସଚେତନତା ସତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିବା ବଦଳରେ ବଢୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନ୍ୟାସନାଲ ରୋଡ୍ ସେଫ୍ଟି କାଉନସିଲର କାର୍ଯ୍ୟକାରୀ ସଭାପତି ସୟଦ ମକବୁଲ ଅଲ୍ଲୀ ।

{"id":82538}

କମିଶନରେଟ ପୋଲିସ ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମକୁ କଡାକଡି କରିଛି । ଏପରିକି ମାଗଣା ହେଲମେଟ ମଧ୍ୟ ଲୋକଙ୍କୁ ପ୍ରଦାନ କରାଯାଇଛି । ହେଲେ ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା ସଂଖ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.