ରାଜ୍ୟରେ ୧୦ହଜାର ଟପିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ବାହାରିଲେ ୧୦,୪୧୩ ପଜିଟିଭ୍‌

Published By : Prameya-News7 Bureau | May 01, 2021 IST

ଭୁବନେଶ୍ବର ୦୧।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦,୪୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୫୨୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୯୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୪ଜଣ, ବରଗଡ଼ ଜିଲ୍ଲାରୁ ୫୧୧ଜଣ, ଭଦ୍ରକ ଜିଲ୍ଲାରୁ ୨୦୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୦ଜଣ, ବୌଦ୍ଧ ଜିଲ୍ଲାରୁ ୮୭ଜଣ, କଟକ ଜିଲ୍ଲାରୁ ୮୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୧୫୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୨ଜଣ, ଜଗତସିଂହପୁର ଜିଲ୍ଲାରୁ ୪୪୨ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ଜଣ, କୋରାପୁଟ ଜିଲ୍ଲାରୁ ୬୮ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୭୮ଜଣ, ନୟାଗଡ଼ ଜିଲ୍ଲାରୁ ୨୧୮ଜଣ, ନୂଆପଡ଼ା ଜିଲ୍ଲାରୁ ୪୧୮ଜଣ, ପୁରୀ ଜିଲ୍ଲାରୁ ୫୩୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୦ଜଣ, ସମ୍ବଲପୁର ଜିଲ୍ଲାରୁ ୪୨୬ଜଣ, ସୋନପୁର ଜିଲ୍ଲାରୁ ୧୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ଜଣ, ଷ୍ଟେଟ ପୁଲ୍‌ରୁ ୩୬୦ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫୪୬୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୭୦୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୫୪୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୨୦୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୧୩୪୧୧୮ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.