କରୋନାକୁ ଦୁଇ ଦୁଇ ଥର ମାତ୍ ଦେଲେ ୧୦୪ ବର୍ଷୀୟ ମହିଳା: ତାଳି ମାରି ଉତ୍ସାହିତ କଲେ ହସ୍ପିଟାଲ୍ କର୍ମଚାରୀ

Published By : Prameya-News7 Bureau | April 10, 2021 IST

ନୂଆଦିଲ୍ଲୀ ୧୦/୪: ହାରିବ କରୋନା, ଜିତିବ ମଣିଷ । ଏହାକୁ ପ୍ରମାଣ କରିଦେଖେଇଛନ୍ତି ଜଣେ ୧୦୪ ବର୍ଷ ବୟସ୍କା ମହିଳା । କରୋନାକୁ ଦୁଇ ଦୁଇ ଥର ମାତ୍ ଦେଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି କଲମ୍ୱୋର କାରମେନ୍‌ ହେରନାନ୍‌ଡେଜ୍‌ ନାମ୍ନୀ ବୃଦ୍ଧା । ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଡର ବଢୁଥିବାବେଳେ ଏହା ଏକ ପ୍ରେରଣା ଯୋଗାଇବେ ଏଥିରେ ସନ୍ଦେହ ନାହିଁ ।

wp:html /wp:html

ଗତ ବର୍ଷେ ମଧ୍ୟରେ ଏହି ଶତାୟୁ ମହିଳା ଦ୍ୱିତୀୟ ଥର କୋଭିଡ୍‌-୧୯କୁ ହରାଇଛନ୍ତି । କାରମେନ୍‌ ହେରନାନ୍‌ଡେଜ୍‌ ନାମକ ବୃଦ୍ଧା ତୁନ୍‌ଜା ସହର ସ୍ଥିତ ସାନ୍‌ ରାଫେଲ ଡି ତୁନ୍‌ଜା ୟୁନିଭର୍ସିଟି ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ ।  ଆଉ ହସିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ବେଳେ ସ୍ଥାନୀୟ ହସ୍‌ପିଟାଲର କର୍ମଚାରୀମାନେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଛନ୍ତି । ହସ୍‌ପିଟାଲରେ ୨୧ ଦିନ ଚିକିତ୍ସିତ ହେବା ପରେ କାରମେନ୍‌ ଡିସ୍‌ଚାର୍ଜ ହୋଇଛନ୍ତି । ଗତ ଫେବ୍ରୁଆରୀରେ ସେ କୋଭିଡ୍‌ ଟିକା ନେଇଥିଲେ । ଏହା ସତ୍ୱେ ଗତ ମାସ ସେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୧୯୧୬, ଜୁଲାଇ ୧୪ ତାରିଖରେ କାରମେନ୍‌ ତୁନ୍‌ଜାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି, ଯାହାଙ୍କ ବୟସ ୭୦ ବର୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.