୧୦୩ବର୍ଷ ବୟସ୍କ ବୃଦ୍ଧ କରୋନାକୁ ଦେଲେ ମାତ୍ : ୨୦ଦିନ ପରେ ଫେରିଲେ ଘରକୁ

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯/୮: କେରଳରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ଏକ ଭଲ ଖବର ଆସିଛି। ଏଠାରେ ୧୦୩ବର୍ଷର ଜଣେ କରୋନା ରୋଗୀ କରୋନାକୁ ପୂରାପୂରି ମାତ୍ ଦେଇଛନ୍ତି। ଏହି ବୟସ୍କ ବ୍ୟକ୍ତି ଆରୋଗ୍ୟ ହେବା କେରଳ ପାଇଁ ପ୍ରକୃତରେ ଏକ ଖୁସି ଖବର। ନିକଟରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଏତେ ବୟସ୍କ ବ୍ୟକ୍ତି କରୋନାରୁ ଭଲ ହେବା ବାସ୍ତବରେ ଏକ ଭଲ ସଙ୍କେତ।

 ଏହି ରୋଗୀଙ୍କ ନାଁ ପୁରାକଟ୍ଟ ବିଟ୍ଟିଲ ପରୀଦ। ସେ ଅଲୁଓ୍ବାର ବାସିନ୍ଦା। ପରିଦଙ୍କ କୋଚି ସରକାରୀ ମେଡିକାଲ୍ ହସ୍ପିଟାଲ​‌ରେ ଚିକିତ୍ସା ଚାଲିଥିଲା। ୨୦ଦିନ ତଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ମଙ୍ଗଳବାର ପୂରାପୂରି ଠିକ୍ ହେବା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି।

ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ପରିଦଙ୍କ ସୁସ୍ଥ ହେବା କେରଳ ପାଇଁ ବଡ଼ ଉପଲବ୍ଧି। ପରିଦ କରୋନାରେ ସଂକ୍ରମିତ ହୋଇଥିଲେ ହେଁ ତାଙ୍କଠାରେ କୌଣସି ଗମ୍ଭୀର ଲକ୍ଷଣ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.