କରୋନାକୁ ମାତ୍ ଦେଲେ ୧୦୩ବର୍ଷ ବୟସ୍କ ବୃଦ୍ଧ : ନିକଟରେ କରିଥିଲେ ପଞ୍ଚମ ବିବାହ

Published By : Prameya-News7 Bureau | July 28, 2020 IST

ପାକିସ୍ତାନରେ କରୋନା ଭାଇରସ୍ ଯୋଗୁଁ ୨.୭୪ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ୫,୮୪୨ଲୋକଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ ପାକିସ୍ତାନର ଜଣେ ୧୦୩ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସକୁ ମାତ୍ ଦେଇଛନ୍ତି। ଏହି ବୟସ୍କ ଜଣକ ବିଶ୍ବରେ କରୋନାରେ ସଂକ୍ରମିତ ହୋଇ ଠିକ୍ ହୋଇଥିବା ପ୍ରଥମ ସବୁଠୁ ବୟସ୍କ ବ୍ୟକ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ବ୍ୟକ୍ତି ଜଣକ ନିକଟରେ ପଞ୍ଚମ ବିବାହ କରିଥିଲେ।

{"id":306479,"sizeSlug":"large"}

୧୦୩ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାଁ ଅଜିଜ ଅବଦୁଲ୍ ଅଲିମ୍। ତାଙ୍କ କରୋନାରୁ ଆରୋଗ୍ୟ ହେବା ପରେ ପରିବାର ସମେତ ପୂରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଏହି ବୟସରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ଏହା ସତ୍ବେ ଅଜିଜ ପୂରାପୂରି ଠିକ୍ ହୋଇଯାଇଛନ୍ତି।

{"id":306480,"sizeSlug":"large"}

ଅଜିଜଙ୍କୁ ଜୁଲାଇ ମାସ ଆରମ୍ଭରେ କରୋନା ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଖାପାଖି ୩ସପ୍ତାହ ପରେ ଅଜିଜ ପୂରାପୂରି ଠିକ୍ ହୋଇ ଘରକୁ ଫେରିଛନ୍ତି। ଅଜିଜ ପାକିସ୍ତାନର ପାହାଡ଼ି ଅଞ୍ଚଳରେ ସ୍ଥିତ ଚିତ୍ରାଳ ଜିଲ୍ଲାରେ ରୁହନ୍ତି। ତାଙ୍କ ଗାଁ ଚୀନ ଏବଂ ଆଫଗାନିସ୍ତାନ ସୀମା ନିକଟରେ ରହିଛି।

{"id":306482,"sizeSlug":"large"}

ଅଜିଜଙ୍କ ୫୦ବର୍ଷ ବୟସ୍କ ପୁଅ ସୋହେଲ୍ ଅହମଦ କହିଛନ୍ତି ଯେ ଯେତେବେଳେ ତାଙ୍କ ବାପାଙ୍କୁ କରୋନା ହୋଇଥିଲା ସେତେବେଳେ ସମସ୍ତେ ଡରି ଯାଇଥିଲେ। ଏହି ଖବର ଶୁଣି କେବଳ ଗାଁ ନୁହେଁ ବରଂ ସମଗ୍ର ଦେଶର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କାହାକୁ ବି ଆଶା ନଥିଲା ଯେ ବାପା ବଞ୍ଚିବେ। କିନ୍ତୁ ଏବେ ତାଙ୍କର ଆରୋଗ୍ୟ ହୋଇ ଫେରିବା ପରେ ସମସ୍ତଙ୍କ ଚିନ୍ତା ଦୂର ହୋଇଛି।

{"id":306483,"sizeSlug":"large"}

ଅଜିଜ କୁହନ୍ତି ଯେ ସେ ୧୦୩ବର୍ଷ ବୟସରେ କେତେ ପ୍ରକାରର ସମସ୍ୟା ଦେଖିଛନ୍ତି। କେବଳ ଗୋଟିଏ ଭାଇରସ୍ ତାଙ୍କର କିଛି ବିଗାଡ଼ି ପାରିବ ନାହିଁ।

ସେ ନିଜ ୩ଜଣ ସ୍ତ୍ରୀ,୯ପୁଅ ଏବଂ ଜଣେ ଝିଅଙ୍କ ସହ ଗାଁରେ ରୁହନ୍ତି। ଅଜିଜ ନିକଟରେ ନିଜ ଚତୁର୍ଥ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ପଞ୍ଚମ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.