ବରକୁ ୧୦୩, କନିଆଁକୁ ୩୭ : ଯୌତୁକ ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ
7/03/2020 at 3:10 PM

ଇଣ୍ଡୋନେସିଆରେ ୧୦୩ବର୍ଷ ବୟସ୍କ ବୃଦ୍ଧ ନିଜଠୁ ପାଖାପାଖି ୬୬ବର୍ଷ ସାନ ମହିଳାଙ୍କୁ ବିବାହ କରି ହଠାତ୍ ଚର୍ଚ୍ଚାକୁ ଆସିଛନ୍ତି। ୧୦୩ବର୍ଷ ବୟସ୍କ ପୁଆଙ୍ଗ କଟ୍ଟେ ୩୭ବର୍ଷ ବୟସ୍କା ଇଣ୍ଡୋ ଅଲଙ୍ଗଙ୍କୁ ବିବାହ କରିଛନ୍ତି। ଫେସବୁକ୍ ଏବଂ ଟ୍ବିଟରରେ ବିବାହର ଫଟୋ ଭାଇରାଲ୍ ହେବା ପରେ ଲୋକେ ଏହି ଆରେଞ୍ଜ ମ୍ୟାରେଜ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।

ପୁଆଙ୍ଗ ଜଣେ ଡଚ୍ କର୍ଣେଲ୍। ସେ ୧୯୪୫-୪୯ ବିଶ୍ବଯୁଦ୍ଧ ଲଢ଼ିଥିଲେ। ବୃଦ୍ଧଙ୍କୁ ବିବାହ କରିଥିବା ମହିଳାଙ୍କ ଜଣେ ସମ୍ପର୍କୀୟ କହିଥିଲେ ଯେ ପୁଆଙ୍ଗଙ୍କ ପ୍ରକୃତ ବୟସ ବିଷୟରେ ଜଣା ନାହିଁ। କିନ୍ତୁ ତାଙ୍କ ବୟସ ୧୦୦ବର୍ଷରୁ ବେଶୀ।

ବିବାହ ପରେ ‘ଟ୍ରିବ୍ୟୁନ୍ ନ୍ୟୁଜ’ ଦମ୍ପତ୍ତିଙ୍କ ପ୍ରକୃତ ବୟସ ବିଷୟରେ ଖୁଲାସା କରିଛି। ବର ଏବଂ କନିଆଁଙ୍କ ବୟସରେ ଅନ୍ତର ଜାଣିବା ପରେ ଏବେ ପୂରା ଏସିଆ ମହାଦେଶର ଲୋକେ ତାଜୁବ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଉଭୟଙ୍କ ବିବାହ ଭିଡିଓ ଭାଇରାଲ୍ ହେଉଛି। ପୁଆଙ୍ଗ କନିଆଁ ଘର ଲୋକଙ୍କୁ ଯାହା ଯୌତୁକରେ ଦେଇଛନ୍ତି ତାକୁ ନେଇ ମଧ୍ୟ ଜୋରସୋରରେ ଚର୍ଚ୍ଚା ଚାଲିଛି।
ସ୍ଥାନୀୟ ମିଡିଆ ଏହି ବିବାହ ପଛରେ ଯୌତୁକ ପ୍ରଥାକୁ ଦାୟୀ କରିଛି। ଏପରି କୁହାଯାଉଛି ଯେ କନିଆଁ ଘର ଲୋକଙ୍କୁ ଯୌତୁକରେ ମାତ୍ର ୨୫୦୦୦ଟଙ୍କା ଏବଂ ଏକ ସୁନା ମୁଦି ଦେଇ ଏହି ବିବାହ ସମ୍ପନ୍ନ କରାଯାଇଛି।
ବର୍ତ୍ତମାନ ବିବାହ ପରେ ଦୁହେଁ ସାଉଥ ସୁଲାବେସିରେ ପୁଆଙ୍ଗଙ୍କ ବାସସ୍ଥାନରେ ଏକାଠି ରହୁଛନ୍ତି।