Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାର୍ଟି ଚାନ୍ଦା ହାରରେ ୧୦୩ ପ୍ରତିଶତ ବୃଦ୍ଧି, ବିଜେପି ସବୁଠୁ ଧନୀ

ନୂଆଦିଲ୍ଲୀ ୨୭।୨:  ରାଜନୈତିକ ଦଳଙ୍କ ପାର୍ଟି ଚାନ୍ଦାନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ  ଏବେ ସମସ୍ତଙ୍କୁ ଚକିତ କରିଛି। ବଜାର ଦର ଭଳି ରାଜନୈତିକ ପାର୍ଟିଙ୍କ ଚାନ୍ଦା ହାରରେ ମଧ୍ୟ ଢେର ବୃଦ୍ଧି ହୋଇଥିବା ଏଥିରୁ ଜଣାପଡିଛି। ଏଡିଆର ପାର୍ଟିମାନଙ୍କର ୨୦ ହଜାର ଟଙ୍କାରୁ ଅଧିକ ଦଳୀୟ ଚାନ୍ଦାର ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ୨୦୧୮-୧୯ ବର୍ଷରେ ଜାତୀୟ ରାଜନୈତିକ ଦଳଙ୍କୁ ପାର୍ଟି ଚାନ୍ଦା ବାବଦରେ ଯେତିକି ଚାନ୍ଦା ମିଳିଛି  ୨୦୧୭-୧୮ ମସିହା ମିଳିଥିବା ଚାନ୍ଦା ତୁଳନାରେ ତାହା ୪୧୮ କୋଟି ଟଙ୍କାରୁ ବି ଅଧିକ । ଅର୍ଥାତ ପୂର୍ବ ବର୍ଷ ତୁଳନାରେ ପାର୍ଟି ଚାନ୍ଦା ବାବଦ ଆୟରେ ପ୍ରାୟ ୧୦୩ ପ୍ରତିଶତ ବୃଦ୍ଧି ହୋଇଛି।

ଦଳୀୟ ଚାନ୍ଦା ସମ୍ପର୍କରେ ବିବରଣୀ ଦେବାର ଅନ୍ତିମ ତାରିଖ ୩୦ ସେପ୍ଟେମ୍ବର ୨୦୧୯ ଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା କଂଗ୍ରେସ, ବିଏସପି, ଏନସିପି ଓ ଟିଏମସି ଆଦି ଦଳମାନେ ସେମାନଙ୍କର ବିବରଣୀ ଉପସ୍ଥାପନ କରିଥିଲେ। ତେବେ ଏଥିରେ ସିପିଆଇ, ସିପିଏମ ଓ ବିଜେପି ବିଳମ୍ବ କରିଥିଲେ। ସିପିଆଇ ନିର୍ଦ୍ଧାରିତ ତାରିଖର ୩ ଦିନ ପରେ ଚାନ୍ଦାର ବିବରଣୀ ଦେଇଥିବା ବେଳେ ସିପିଏମ ୨୧ ଦିନ ପରେ ଓ ବିଜେପି ୩୧ ଦିନ ପରେ ହିସାବ କିତାବ ଦାଖଲ କରିଥିଲା।

ରାଜନୈତିକ ଦଳମାନେ ସେମାନଙ୍କୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କାର ୫ହଜାର ୫୨୦ଟି ଚାନ୍ଦା ମିଳିଥିବା ଦର୍ଶାଇଛନ୍ତି। ଏଥିରୁ ସେମାନେ ୯୫୧.୬୬କୋଟି ଟଙ୍କା ପାଇଛନ୍ତି। ଏଥିରେ ବିଜେପିକୁ  ୪ହଜାର ୪୮୩ଟି ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ମିଳିଥିବା ବେଳେ ଏଥିରୁ ପାର୍ଟିକୁ ୭୪୨.୧୫ କୋଟି ଟଙ୍କା ମିଳିଛି। ସେହିପରି ପଛକୁ ରହିଛି କଂଗ୍ରେସ୍। କଂଗ୍ରେସକୁ ୨୦ ହଜାର ଟଙ୍କାରୁ ଅଧିକ ୬୦୫ଟି ଚାନ୍ଦାରୁ ୧୪୮.୫୮ କୋଟି ଟଙ୍କା ପାଇଥିବା କହିଛି। ତେବେ ବସପାକୁ ଏହି ସମୟରେ ୨୦ ହଜାର ଟଙ୍କା ଚାନ୍ଦା କେହି ଦେଇ ନଥିବା କୁହାଯାଇଛି।

   Related Posts