ମାଲକାନଗିରିରୁ ୧୦୩ କେଜି ଗଂଜେଇ ଜବତ ; ୩ ଗିରଫ

Published By : Prameya-News7 Bureau | September 10, 2018 IST

ମାଲକାନଗିରି ୧୦/୯ : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅନ୍ତର୍ଗତ ଏମ.ଭି. ୩୫ ଗ୍ରାମ ନିକଟରୁ ପୋଲିସ ୧୦୩ କେଜି ଗଂଜେଇ ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଏକ କାର ଯୋଗେ ୩ଜଣ ବ୍ୟକ୍ତି ଚିତ୍ରକୋଣ୍ଡାରୁ ଗଂଜେଇ ନେଇ ପଶ୍ଚିମବଙ୍ଗକୁ ନେବା ବେଳେ ଅର୍କେଲ ପୋଲିସ ହାତରେ ଧରାପଡିଛନ୍ତି । ଏହି ଘଟଣାରେ ପୋଲିସ ୧୦୩ କେଜି ଗଂଜେଇ ସହ ଗୋଟିଏ କାର ଜବତ କରିଛି । ଏହା ସହ ୩ ଜଣ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.