ଖସିଲା ସୁନା ଦର, ପ୍ରତି ୧୦ ଗ୍ରାମ ପିଛା୧୦୨ ଟଙ୍କା କମିଲା

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୦୧: ବୁଧବାର ଦିନ ପୁଣି ହ୍ରାସ ପାଇଛି ସୁନା ଓ ରୂପା ଦର । ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ଦର ହ୍ରାସ ପାଇ ୪୦ ହଜାର ୧୪୦ ଟଙ୍କା ଦର ରହିଛି । ପ୍ରତି ୧୦ ସୁନା ଅଳଙ୍କାର ପିଛି ୧୦୨ଟଙ୍କା ହ୍ରାସ ପାଇଛି । ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଡେଲିଭରିରେ ୧୦୨ଟଙ୍କା ହ୍ରାସ ବା ଦର ୦.୨ ପ୍ରତିଶତ ହ୍ରାସ ପାଇ ପ୍ରତି ଲଟ୍ ୧,୮୬୨କାରବାର ହୋଇଛି ।

{"id":217444,"sizeSlug":"large"}

ଅପ୍ରେଲ ଡେଲିଭରି ଲାଗି ସୁନା୧୨୮ଟଙ୍କା ଅର୍ଥାତ ୦.୩୨ପ୍ରତିଶତ ହ୍ରାସ ସହ ୪୦,୨୪୫ଟଙ୍କା ପ୍ରତି ୧୦ଗ୍ରାମରେ ପହଞ୍ଚିଛି । ଏଥିରେ ୯୧୯ଲଟ୍‌ ଲାଗି କାରବାର ହୋଇଛି । ନ୍ୟୁୟର୍କରେ ସୁନା ୦.୨୬ପ୍ରତିଶତ ହ୍ରାସ ପାଇ ୧,୫୭୧.୭୦ ଡଲାର ପ୍ରତି ଭାଗରେ ବନ୍ଦ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.