ରାଜ୍ୟରେ ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ…

Published By : Prameya-News7 Bureau | November 19, 2020 IST

ଭୁବନେଶ୍ବର ୧୯/୧୧: ରାଜ୍ୟରେ ପୁଣି ସୁସ୍ଥ ହେଲେ କରୋନା ସଂକ୍ରମିତ। ଆଜି ୧୦୧୯ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ସର୍ବାଧିକ ସୁନ୍ଦରଗଡ଼ରୁ ୧୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

wp:core-embed/twitter {"url":"https://twitter.com/HFWOdisha/status/1329417172515360768","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1329417172515360768
/wp:core-embed/twitter

ସେହିଭଳି କଟକରୁ ୧୦୨, ଖୋର୍ଦ୍ଧା ୯୫, ଅନୁଗୋଳ ୭୫, କେନ୍ଦ୍ରାପଡ଼ା ୫୯, ମୟୂରଭଞ୍ଜ ୫୫, ଜଗତସିଂହପୁର ୫୦, କୋରାପୁଟ ୪୧, ନୁଆପଡ଼ା ୩୯, କେନ୍ଦୁଝର ୩୭, ବରଗଡ଼ରୁ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ପୁରୀରୁ ୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବରରୁ ୨୮, ଢ଼େଙ୍କାନାଳ ୨୬, ନବରଙ୍ଗପୁର ୨୪, ବଲାଙ୍ଗୀର ୨୩, କଳାହାଣ୍ଡି ୨୨, ଯାଜପୁର ୨୧, ନୟାଗଡ଼ ୧୭, ଗଞ୍ଜାମ ୧୫, ଝାରସୁଗୁଡ଼ା ୧୨, ସମ୍ବଲପୁର ୧୨, ରାୟଗଡ଼ା ୧୦, ସୁବର୍ଣ୍ଣପୁର ୧୦, କନ୍ଧମାଳ୯, ଦେବଗଡ଼ ୫, ଭଦ୍ରକ ୪, ମାଲକାନଗିରି ୪, ବୈଦ୍ଧ ୩ ଓ ଗଜପତିରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହାସହ ରାଜ୍ୟରେ ମୋଟ ୩୦୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.