Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା, ସେପଟେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୦୧୧ ସଂକ୍ରମିତ

21/11/2020 at 7:47 PM

ଭୁବନେଶ୍ଵର ୨୧।୧୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ଏକ ମାସ ହେବ ସଂକ୍ରମଣରେ ପାଖାପାଖି ୫୫ ପ୍ରତିଶତ ହ୍ରାସ ଘଟିଛି। ହେଲେ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ଯାହା ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମହାମାରୀ ତଳମୁହାଁ ହେବା ସହ ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୧୧ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୪,୯୦୮ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୩୮ କରୋନାରୁ ସୁସ୍ଥ ହୋଇଛନ୍ତି। ତା ପଛକୁ ଖୋର୍ଦ୍ଧାରୁ ୧୧୪ ଆରୋଗ୍ୟଲାଭ କରିଛନ୍ତି। ଏହି ପରି ବଲାଙ୍ଗୀରରୁ ୮୧, କଟକରୁ ୭୮, ମୟୁରଭଞ୍ଜରୁ ୭୬, ବାଲେଶ୍ଵରରୁ ୪୫, ଜଗତିସଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ସୁନ୍ଦରଗଡରୁ ୩୯, ବରଗଡରୁ ୩୪, ନୂଆପଡାରୁ ୨୯, ଯାଜପୁରରୁ ୨୮, ପୁରୀରୁ ୨୬ କରୋନା ମୁକ୍ତ ହୋଇଛନ୍ତି।

ସେହିଭଳି ଢେଙ୍କାନାଳ ଜିଲ୍ଲାରୁ ୨୪, କେନ୍ଦୁଝରରୁ ୨୦, ନବରଙ୍ଗପୁରରୁ ୧୯, ଝାରସୁଗୁଡାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧମାଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ରାୟଗଡାରୁ ୩ ଓ ଗଜପତିରୁ ଜଣେ  କୋଭିଡ୍-୧୯ରୁ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି।

   Related Posts