ବୟସ ଆଗରେ ହାର୍ ମାନିଲା କରୋନା : ୧୦୧ ବର୍ଷ ବୟସ୍କା ମହିଳା ସୁସ୍ଥ ହୋଇ ଫେରିଲେ

Published By : Prameya-News7 Bureau | April 02, 2020 IST

ଆମର୍ଷ୍ଟେଡମ୍ ୨।୪: କରୋନା ଭାଇରସ୍ ବର୍ତ୍ତମାନ ସାରା ବିଶ୍ବରେ ମୃତ୍ୟୁର ଅନ୍ୟ ଏକ ନାମ ପାଲଟିଛି । ଲୋକମାନେ ଏହି ଭାଇରସ୍ କୁ ନେଇ ଏତେ ଭୟଭୀତ ହୋଇଗଲେଣି ଯେ ସାଧାରଣ ଥଣ୍ଡା ଏବଂ କାଶ ପରେ ମଧ୍ୟ ଭାବୁଛନ୍ତି ସେମାନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଯାଇନାହାନ୍ତି ତ ଏବଂ ସେମାନ ବଞ୍ଚିବେ କି ନାହିଁ ।

କରୋନା ଭାଇରସ୍ ଯୋଗୁଁ ୪୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ନେଦରଲ୍ୟାଣ୍ଡର ଜଣେ ୧୦୧ ବର୍ଷ ବୟସ୍କା ମହିଳା କରୋନା ବିରୋଧରେ ଯୁଦ୍ଧରେ ଜିତିଛନ୍ତି ଏବଂ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ଏହି ମହିଳା କରୋନା ଭାଇରସ୍ ସହିତ ଲଢୁଥିବା ରୋଗୀଙ୍କ ପାଇଁ ଏକ ଆଶାର ଆଲୋକ ପାଲଟିଯାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୧୦୧ ବର୍ଷ ବୟସ୍କା ଡଚ୍ ମହିଳା ନେଦରଲ୍ୟାଣ୍ଡରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ ସୁସ୍ଥ ହୋଇପାରିଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ତେବେ ମହିଳାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ତାଙ୍କୁ ଦେଢ ସପ୍ତାହ ପୂର୍ବରୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ରୋଟର୍ଡମ ନିକଟ ଆଇଜେସଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ବୃଦ୍ଧ ମହିଳାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ସେ କରୋନା ପଜିଟିଭ୍ ଥିବା ଜମାପଡିଥିଲା ।

ଏହାପରେ ମହିଳାଙ୍କୁ ଆଇସୋଲେସନରେ ରଖାଯାଇଥିଲା । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଯିବାପାଇଁ ଅନୁମତି ଦିଆଯାଇଛି । ଏହି ପ୍ରସଙ୍ଗରେ ଡାକ୍ତରଖାନା ନିଜ ୱେବସାଇଟରେ ଲେଖିଛି ଯେ, ଚିକିତ୍ସା ପରେ ୧୦୦ ବର୍ଷରୁ ଅଧିକ ବୟସର ମହିଳା ନିଜ ଘରକୁ ଫେରିବା ପୂର୍ବରୁ ଏକ ନର୍ସିଂହୋମରେ ରହିବେ ।
ଏଥିସହିତ ଏହି କରୋନା ରୋଗୀର ଚିକିତ୍ସା କରୁଥିବା ଡାକ୍ତର ସୁନୀଲ ରାମଲାଲ କହିଛନ୍ତି ଯେ, ସେ ଜଣେ ମଜବୁତ ମହିଳା ଏବଂ ତାଙ୍କୁ ଡାକ୍ତରୀ ପରାମର୍ଶ ପାଳନ କରିବାକୁ ଭଲ ଲାଗିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.