ମୋବ୍ ଲିଞ୍ଚିଂ : ଦୁଇ ସାଧୁ ଓ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ, ୧୦୧ ଗିରଫ

Published By : Prameya-News7 Bureau | April 20, 2020 IST

ପାଲଘର ୨୦।୪: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମୋବ୍ ଲିଞ୍ଚିଂ ଭଳି ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଦୁଇ ଜଣ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକ । ମୃତକମାନେ ମୁମ୍ବାଇର ବାସିନ୍ଦା ଥିଲେ ବୋଲି କୁହାଯାଉଛି । ମୃତକଙ୍କ ନାମ ସୁଶୀଲଗିରି ମହାରାଜ, ନୀଲେଶ ତେଲଗଡେ ଏବଂ ଜୟେଶ ତେଲଗେଡ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟଣାରେ ୧୦୧ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପାଲଘର ଜିଲ୍ଲାର ଦାବଦୀ ଖାନଭେଲ ରୋଡର ଆଦିବାସୀ ଗ୍ରାମରେ ପ୍ରାୟ ୨୦୦ ଲୋକ ଏହି ୩ ଜଣଙ୍କୁ ଡକାୟତ ଭାବି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ । ସେମାନଙ୍କ ଗାଡିକୁ ଅଟକାଇବାକୁ ଥିଲେ । ଯେତେବେଳେ ସେମାନେ ଗାଡି ଅଟକାଇଥିଲେ ସେତେବେଳେ ସେମାନଙ୍କୁ ଗାଡିରୁ ବାହାର କରି ଠେଙ୍ଗା ଓ ବାଡିରେ ପିଟିବା ଆରମ୍ଭ କରିଥିଲେ ।

ଯେତେବେଳେ ଗ୍ରାମବାସୀ ସେମାନଙ୍କ ଉପରକୁ ପଥର ଫିଙ୍ଗି ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଡ୍ରାଇଭର ସେହି ସମୟରେ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ଖବର ପାଇବା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ଭିଡ ଏତେ ଭୟଙ୍କର ଥିଲା ଯେ ସେମାନେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୋଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଗ୍ରାମବାସୀଙ୍କ ଆକ୍ରମଣରେ କାସା ଥାନା ଅଧିକାରୀଙ୍କ ବ୍ୟତୀତ ଜିଲ୍ଲାର ଜଣେ ବରିଷ୍ଠ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାରେ ମୋଟ୍ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହ ଏହି ଘଟଣାରେ ଦୁଇଜଣ ସାଧୁ ଏବଂ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଟ୍ବିଟ୍ କରିଛନ୍ତି ଯେ, ପାଲଘର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁମାନେ ଦୁଇ ସାଧୁ ଓ ଡ୍ରାଇଭର ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଘଟଣା ଦିନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅପରାଧ ଏବଂ ଲଜ୍ଜାଜନକ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ।

ସେହିଭଳି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଟ୍ବିଟ୍ କରି କହିଛନ୍ତି ଯେ, ମୁମ୍ବାଇରୁ ସୁରଟକୁ ଯାଉଥିବା ୩ ଜଣଙ୍କୁ ପାଲଘରରେ ହତ୍ୟା ପରେ ମୋ ନିର୍ଦ୍ଦେଶରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦୧ ଜଣଙ୍କୁ ପୋଲିସ ଗିରଫ କରିଛି ।

ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ପାଲଘରରେ ଯେଉଁଭଳି ମୋବ୍ ଲିଞ୍ଚିଂ ଘଟିଲା ​​ତାହା ମାନବିକତାକୁ କ୍ଷୁର୍ଣ୍ଣ କରୁଛି । ମୁଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରୁଛି । ଯଥାଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.